ଜୁନ୍ ୯' ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନରେନ୍ଦ୍ର ମୋଦି
ଜୁନ୍ ୮ରେ ନୁହେଁ ବରଂ ୯' ତାରିଖ ଅର୍ଥାତ୍ ରବିବାର ଦିନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି ।

ଜାତୀୟ ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟା ୬ଟାରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି । ଏହା ପୂର୍ବରୁ ଜୁନ୍ ୮ ତାରିଖରେ ମୋଦୀ ଶପଥ ନେବେ ବୋଲି ଚର୍ଚ୍ଚା ଯୋର ଧରିଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଜାରି କରାଯାଇ ନାହିଁ ।
PM Narendra Modi's swearing-in ceremony may take place on 9th June at 6 pm. It was earlier scheduled for 8th June, official confirmation on the final date is awaited: Sources
(file photo) pic.twitter.com/nSWvxz9Ga4
— ANI (@ANI) June 6, 2024
ଏହି ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ । ଯାହାପରେ ସରକାର ଗଠନକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଇଥିଲା। ଏହାପୂର୍ବରୁ ବୁଧବାର ଏନଡିଏ ବୈଠକରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ । ଏନଡିଏରେ ସାମିଲ ସମସ୍ତ ଦଳ ନିଜ ସମର୍ଥନ ପତ୍ର ଜେପି ନଡ୍ଡାଙ୍କୁ ଦେଇଥିଲେ ।












Click it and Unblock the Notifications