Get Updates
Get notified of breaking news, exclusive insights, and must-see stories!

ଏସିଆର ପ୍ରମୁଖ ଟେଲିକମ୍ କାର୍ଯ୍ୟକ୍ରମ ଆଇଏମସି ୨୦୨୫ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ;୭ ହଜାରରୁ ଅଧିକ ବିଶ୍ୱ ପ୍ରତିନିଧି

ନୂଆଦିଲ୍ଲୀର ଯଶୋଭୂମି କନଭେନସନ ସେଣ୍ଟରରେ ୮ ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଆଇଏମସି ୨୦୨୫ ଅନୁଷ୍ଠିତ ହେବ । ଯଶୋଭୂମିରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୫ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ । "ପରିବର୍ତ୍ତନ ପାଇଁ ଉଦ୍ଭାବନ" ବିଷୟବସ୍ତୁ ସହିତ, ଆଇଏମସି ୨୦୨୫ ଟେଲିକମ୍ ଏବଂ ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟାରେ ଆତ୍ମନିର୍ଭରଶୀଳତା ଏବଂ ଆତ୍ମନିର୍ଭର ଭାରତକୁ ଶକ୍ତି ପ୍ରଦାନ କରିବ ।

୬ଜି ଇକୋସିଷ୍ଟମ୍, ସାଇବର ସୁରକ୍ଷା, ସାଟେଲାଇଟ୍ ଯୋଗାଯୋଗ, କୃତ୍ରିମ ବୁଦ୍ଧିମତ୍ତା ଏବଂ ଇଣ୍ଟରନେଟ ଅଫ୍ ଥିଂସ୍, ଏବଂ ଟେଲିକମ୍ ଉତ୍ପାଦନ ଆଲୋଚନାର କେନ୍ଦ୍ରରେ ରହିବ। ୧.୫ ଲକ୍ଷରୁ ଅଧିକ ପରିଦର୍ଶକ, ୭ ହଜାରରୁ ଅଧିକ ବିଶ୍ୱ ପ୍ରତିନିଧି, ୪ ଶହରୁ ଅଧିକ ପ୍ରଦର୍ଶକ ଏଥିରେ ଯୋଗ ଦେବେ । ୫ଜି, ଏଆଇ, ସାଇବର ସୁରକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ୧,୬୦୦ରୁ ଅଧିକ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର ପ୍ରସଙ୍ଗ । ପରିବର୍ତ୍ତନକାରୀ ପ୍ରଯୁକ୍ତି ବିଦ୍ୟା ଉପରେ ୧୦୦+ ଅଧିବେଶନ ଏବଂ ୮ ଶହରୁ ଅଧିକ ବକ୍ତା ରହିବେ । ଭାରତର ଡିଜିଟାଲ ଦୃଷ୍ଟିକୋଣ ଏବଂ ବିଶ୍ୱ ନେତୃତ୍ୱକୁ ତ୍ୱରାନ୍ୱିତ କରିବା ପାଇଁ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫ ଅନୁଷ୍ଠିତ ହେବ ।

Narendra Modi to inaugurate Asia s Premier Telecom amp amp Tech Event IMC 2025

କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ଆଜି ଦ୍ୱାରକାର ଯଶୋଭୂମିରେ, ଯେଉଁଠାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି, ସେହି ସ୍ଥାନ ପରିଦର୍ଶନ କରିଛନ୍ତି ଏବଂ ୮ ଅକ୍ଟୋବର, ୨୦୨୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବା ପୂର୍ବରୁ ଚୂଡ଼ାନ୍ତ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ ନୂଆଦିଲ୍ଲୀର ଶିବାଜୀ ଷ୍ଟାଡିୟମରୁ ସ୍ଥାନକୁ ଯାତ୍ରା କରିଥିଲେ ଏବଂ ବିମାନବନ୍ଦର ମେଟ୍ରୋ ମାଧ୍ୟମରେ ଫେରିଥିଲେ।

ଗସ୍ତ ସମୟରେ, କେନ୍ଦ୍ରମନ୍ତ୍ରୀ ପ୍ରଦର୍ଶନୀ କ୍ଷେତ୍ର ପରିଦର୍ଶନ କରିଥିଲେ, ଅଂଶଗ୍ରହଣକାରୀ ଷ୍ଟାର୍ଟଅପ୍ ଏବଂ ପ୍ରଦର୍ଶକମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଦୂରସଂଚାର ବିଭାଗ (ଡିଓଟି), ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ସିଓଏଆଇ) ଏବଂ ଅଂଶୀଦାର ଏଜେନ୍ସିଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ। ସେ ଗଣମାଧ୍ୟମକୁ ମଧ୍ୟ ସମ୍ବୋଧିତ କରିଥିଲେ, ଆଇଏମସି ୨୦୨୫ର ବ୍ୟାପକତା, ମହତ୍ତ୍ୱାକାଂକ୍ଷା ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି ଯେ, ଆଇଏମସି ୨୦୨୫ ସଂଯୋଗୀକରଣ ପାଇଁ ଏକ ନୂତନ ଉଦାହରଣ ପ୍ରଦାନ କରିବ, ଯେଉଁଠାରେ ଦୂରସଂଚାର କେବଳ ଭାରତ ଭିତରେ ନୁହେଁ ବରଂ ଭାରତକୁ ବିଶ୍ୱ ସହିତ ସଂଯୋଗ କରିବା ପାଇଁ ୫ଜି, ଏଆଇ, ଏମଏଲ, ଆଇଓଟି ଏବଂ ସାଟେଲାଇଟ ଯୋଗାଯୋଗ ଭଳି ପ୍ରଯୁକ୍ତି ବିଦ୍ୟା ଲାଗି ରାଜପଥ ଏବଂ ପଥ ପାଲଟିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଯୁକ୍ତି ସଶକ୍ତିକରଣର ଏହି ଦୃଷ୍ଟିକୋଣ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗତ ଏଗାର ବର୍ଷ ଧରି ଏକ ସତର୍କତାର ସହିତ ପ୍ରସ୍ତୁତ ରଣନୀତି ଥିଲା, ଯାହାର ଲକ୍ଷ୍ୟ ଏକ ଆତ୍ମନିର୍ଭରଶୀଳ, ସଶକ୍ତ ଏବଂ ଅଭିନବ ଭାରତର ଗଠନ, ଯାହା ବିଶ୍ୱ ପ୍ରଗତିକୁ ଆଗେଇ ନେଉଛି।

ଚଳିତ ବର୍ଷର ଇଣ୍ଡିଆ ମୋବାଇଲ୍ କଂଗ୍ରେସ ଯଶୋଭୂମିରେ ୪.୫ ଲକ୍ଷ ବର୍ଗଫୁଟ ପରିସର ମଧ୍ୟରେ ବିସ୍ତାରିତ ହେବା ସହ ୪୦୦ ପ୍ରଦର୍ଶକଙ୍କ ସମେତ ୧୫୦ରୁ ଅଧିକ ଦେଶରୁ ୧.୫ ଲକ୍ଷରୁ ଅଧିକ ପରିଦର୍ଶକ, ୭,୦୦୦ରୁ ଅଧିକ ପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଆତିଥ୍ୟ ପ୍ରଦାନ କରିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଥିଲେ ଯେ , 'ଆଇଏମସି ଏକ ଜାତୀୟ ପ୍ଲାଟଫର୍ମରୁ ଆଗକୁ ବୃଦ୍ଧି ପାଇ "ଏକ ଏସୀୟ ଏବଂ ବିଶ୍ୱସ୍ତରୀୟ ପ୍ରଯୁକ୍ତି ଆଧାରିତ କଂଗ୍ରେସ " ହୋଇଛି , ଯାହା ଡିଜିଟାଲ୍ କ୍ଷେତ୍ରରେ ଭାରତର ବର୍ଦ୍ଧିତ କ୍ଷମତା ଏବଂ ନେତୃତ୍ୱକୁ ପ୍ରତିଫଳିତ କରେ"।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆଇଏମସି ୨୦୨୫ରେ ଛଅଟି ପ୍ରମୁଖ ବିଶ୍ୱସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ, ପ୍ରତ୍ୟେକଟି ଡିଜିଟାଲ ନବସୃଜନର ସୀମାକୁ ପ୍ରତିନିଧିତ୍ୱ କରିବ। ଏଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ହେଉଛି :

ଅନ୍ତର୍ଜାତୀୟ ଭାରତ ୬ଜି ସିମ୍ପୋଜିୟମ, ଯାହା ଭାରତ ୬ଜି ମେଣ୍ଟ ମାଧ୍ୟମରେ ୬ଜି ଗବେଷଣା କ୍ଷେତ୍ରରେ ଭାରତର ନେତୃତ୍ୱକୁ ପ୍ରଦର୍ଶିତ କରିବ ;
ନେଟୱାର୍କ ଏବଂ ସେବାଗୁଡ଼ିକରେ କୃତ୍ରିମ ବୁଦ୍ଧିମତାର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଧ୍ୟାନ କେନ୍ଦ୍ରିତ କରି ଅନ୍ତର୍ଜାତୀୟ ଏଆଇ ସମ୍ମିଳନୀ ;
ସାଇବର ସୁରକ୍ଷା ସମ୍ମିଳନୀ, ଯାହା ୧.୨ ବିଲିୟନରୁ ଅଧିକ ଟେଲିକମ୍ ଉପଭୋକ୍ତାଙ୍କୁ ସୁରକ୍ଷା ଦେବାର ଗୁରୁତ୍ୱକୁ ଉଲ୍ଲେଖ କରେ ;
ସାଟକମ୍ ଶିଖର ସମ୍ମିଳନୀ, ଯେଉଁଠାରେ ଭାରତରେ ସାଟେଲାଇଟ୍ - ଆଧାରିତ ଯୋଗାଯୋଗ ସେବାର ନୂତନ ଯୁଗ ଉପରେ ଆଲୋଚନା କରାଯିବ ;
ଆଇଏମସି ମହତ୍ଵାକାଂକ୍ଷୀ କାର୍ଯ୍ୟକ୍ରମ, ପ୍ରାୟ ୫୦୦ ଷ୍ଟାର୍ଟଅପ୍ ଏବଂ ୩୦୦ ଉଦ୍ୟୋଗ ପୁଞ୍ଜୀପତି, ଘରୋଇ ଇକ୍ୱିଟି ନିବେଶକ ଏବଂ ଶିଳ୍ପ ନେତାମାନଙ୍କୁ ଏକତ୍ରିତ କରୁଛି ; ଏବଂ
ଗ୍ଲୋବାଲ୍ ଷ୍ଟାର୍ଟଅପ୍ ବିଶ୍ୱକପ୍ - ଇଣ୍ଡିଆ ଏଡିସନ୍, ଯେଉଁଠାରେ ୧୫ ଜଣ ଫାଇନାଲିଷ୍ଟ ଅନ୍ତର୍ଜାତୀୟ ସ୍ତରରେ ଦଶ ଲକ୍ଷ ଡଲାର ନିବେଶ ସୁଯୋଗ ପାଇଁ ପ୍ରତିଯୋଗିତା କରିବେ
ଏହି କାର୍ଯ୍ୟକ୍ରମଗୁଡ଼ିକ ମିଳିତ ଭାବରେ ଆଇଏମସି ୨୦୨୫କୁ ବିଚାର, ପ୍ରଯୁକ୍ତିବିଦ୍ୟା ଏବଂ ନିବେଶର ଏକ ବିଶ୍ୱବ୍ୟାପୀ ସଙ୍ଗମ ଭାବରେ ସ୍ଥାପନ କରିଥାଏ, ଯାହା ଭାରତର ଟେଲିକମ୍ ଏବଂ ଡିଜିଟାଲ୍ ଅଭିବୃଦ୍ଧି କାହାଣୀକୁ ପରିଭାଷିତ କରୁଥିବା ନବସୃଜନର ଭାବନାକୁ ମୂର୍ତ୍ତିମନ୍ତ କରିଥାଏ ବୋଲି କେନ୍ଦ୍ର ମନ୍ତ୍ରୀ ଆଲୋକପାତ କରିଥିଲେ।

ଟେଲିକମ କ୍ଷେତ୍ରରେ ଭାରତର ସଫଳତା ବିଷୟରେ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି ଯେ, ଦେଶ ଆଜି ୧.୨ ବିଲିୟନ ମୋବାଇଲ୍ ଗ୍ରାହକ, ୯୭୦ ନିୟୁତ ଇଣ୍ଟରନେଟ୍ ବ୍ୟବହାରକାରୀ ଏବଂ ବିଶ୍ୱର ଦ୍ରୁତତମ ୫ଜି ରୋଲଆଉଟ୍ ସହିତ ବିଶ୍ୱର ଶ୍ରେଷ୍ଠ ତିନୋଟି ଡିଜିଟାଲ୍ ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇଛି, ଯାହା ମାତ୍ର ୨୨ ମାସ ମଧ୍ୟରେ ହାସଲ କରାଯାଇଛି।

"ଆମର ଶକ୍ତି ଭାରତରେ ଡିଜାଇନ୍ କରିବା, ଭାରତରେ ସମାଧାନ କରିବା ଏବଂ ଭାରତରେ ବିସ୍ତାର କରିବାର କ୍ଷମତାରେ ନିହିତ ରହିଛି। ଆଇଏମସି ୨୦୨୫ ପ୍ରଯୁକ୍ତି ବିଦ୍ୟା ଆତ୍ମନିର୍ଭରଶୀଳତା ଏବଂ ନବସୃଜନର ଏହି ଯାତ୍ରାକୁ ପାଳନ କରିବ," ବୋଲି ସେ ଉଲ୍ଲେଖ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶେଷରେ ଘୋଷଣା କରିଥିଲେ ଯେ , ପ୍ରଧାନମନ୍ତ୍ରୀ ୮ ଅକ୍ଟୋବର, ୨୦୨୫ରେ ସକାଳ ୯:୩୦ ସମୟରେ ଦ୍ୱାରକାର ଯଶୋଭୂମିରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୫କୁ ଉଦଘାଟନ କରିବେ । "ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, ଭାରତର ଟେଲିକମ୍ କ୍ଷେତ୍ର ନବସୃଜନ, ସଂଯୋଗ ଏବଂ ସମାବେଶୀତାର ଏକ ଆଲୋକବର୍ତ୍ତିକା ଭାବରେ ଉଭା ହୋଇଛି। ଆଇଏମସି ୨୦୨୫ ବିଶ୍ୱ ଆଗରେ ଭାରତର ଡିଜିଟାଲ୍ ପରିବର୍ତ୍ତନର ପ୍ରତିଫଳନ ହେବ," ବୋଲି ସେ କହିଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+