Narendra Modi: ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନୋ ଫ୍ଲାଇଂ ଜୋନ୍ ଘୋଷଣା
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନୋ ଫ୍ଲାଇଂ ଜୋନ୍ ଘୋଷଣା । କାଲି ପାଇଁ ନୋ ଡ୍ରୋନ୍ ଜୋନ୍/ନୋ ଫ୍ଲାଇଂ ଜୋନ୍ ଘୋଷଣା । ଏୟାରପୋର୍ଟ-ରାଜଭବନ-ଜନତା ମୈଦାନ ନୋ ଫ୍ଲାଇଂ ଜୋନ୍ । ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ କାଲି ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ।

ପୂର୍ବାହ୍ନ ୧୧ ଟାରେ ଉଦଘାଟନ
ସେହିପରି ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ, ଜର୍ମାନୀ, ପୋଲାଣ୍ଡ, କ୍ୟୁବା ଭଳି ୧୨ ଟି ରାଷ୍ଟ୍ର 'କଣ୍ଟ୍ରି ଅଫ ଫୋକସ' ରହିବାକୁ ନିମନ୍ତ୍ରଣ ହୋଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନ ୧୧ ଟାରେ ଉଦଘାଟନ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । କନକ୍ଲେଭର ୨ ଦିନରେ ବିଭିନ୍ନ କ୍ଷେତ୍ର ପାଇଁ ଅନୁଷ୍ଠିତ ହେବ ୧୫ ସ୍ଵତନ୍ତ୍ର ଅଧିବେଶନ । ପ୍ରଥମ ଦିନରେ ୫ଟି ଓ ଦ୍ଵିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ । ଜାନୁଆରୀ ୨୭-୨୯ ଦୁଇ ଦିନ ଧରି ୪ଟି ପ୍ଲେନାରି ସେସନ, ୧୬ଟି ସେକ୍ଟରାଲ ସେସନ ଓ ୪ଟି ଗୋଲଟେବୁଲ ବୈଠକ ରହିଛି ।
୬୦ ପ୍ଲାଟୁନ ପୋଲିସ ଫୋର୍ସ
୪ଶହ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷାର ତଦାରଖ କରିବେ । କନକ୍ଲେଭରେ ଦେଶ ବିଦେଶର ଜଣାଶୁଣା ଇଣ୍ଡଷ୍ଟ୍ରି ଟାଇକୁନ ଯୋଗ ଦେବେ । ତେଣୁ ଅତିଥି ରହିବାକୁ ଥିବା ହୋଟେଲ ଗୁଡିକରେ ବି ରହିଛି କଡ଼ା ସୁରକ୍ଷା ବ୍ୟବସ୍ଥା । ମୋଦିଙ୍କ ଗସ୍ତ ପୂର୍ବରୁ ହୋଇଛି କାରକେଡ ରିହରସଲ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନତା ମୈଦାନରେ କନକ୍ଲେଭ ପ୍ରସ୍ତୁତିର ତଦାରଖ କରିଛନ୍ତି । ଦୁଇଦିନିଆ କନକ୍ଲେଭରେ ବିଭିନ୍ନ ସେସନରେ ଅଲଗା ଅଲଗା ଶିଳ୍ପ କ୍ଷେତ୍ର ପାଇଁ ହେବ ଆଲୋଚନା ।
୨ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ
ଗତ ସାତ ମାସରେ ୨ଲକ୍ଷ ୭୫ ହଜାର କୋଟିର ନିବେଶ ପାଇଁ ସିଙ୍ଗଲ ୱିଣ୍ଡୋ ମାଧ୍ୟମରେ ୧୫୯ଟି ଶିଳ୍ପ ସଂସ୍ଥାକୁ ଅନୁମୋଦନ ମିଳିଛି । ଏହା ମାଧ୍ୟମରେ ୨ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ।












Click it and Unblock the Notifications