Get Updates
Get notified of breaking news, exclusive insights, and must-see stories!

Narendra Modi: ସାଫ୍ରୋନ୍‌, ସବୁଜ ଓ ହଳଦିଆ ରଙ୍ଗର ପଗଡ଼ି ପିନ୍ଧିଥିଲେ ମୋଦୀ, କେଉଁ ରାଜ୍ୟର ପଗଡ଼ି ପିନ୍ଧିଥିଲେ ?

ପ୍ରଧାନମନ୍ତ୍ରୀ ମୋଦି ୧୧ଥର ପାଇଁ ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି । ସାରା ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି । ପ୍ରତିବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପୋଷାକ ଓ ପଗଡ଼ି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ପଗଡ଼ି ବାନ୍ଧିବାର ଶୈଳୀ ସୁବଠାରୁ ଆକର୍ଷଣୀୟ ଥାଏ । ପ୍ରତି ବର୍ଷ ଭିନ୍ନ ଭିନ୍ନ ପଗଡ଼ି ପିନ୍ଧିଥିବାର ନଜର ଆସିଥାନ୍ତି । ଏ ବର୍ଷ ମଧ୍ୟ ଭିନ୍ନ ଏକ ଅନ୍ଦାଜରେ ନଜର ଆସିଛନ୍ତି ମୋଦି । ୭୮ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଫ୍ରୋନ୍‌, ସବୁଜ ଓ ହଳଦିଆ ରଙ୍ଗର ରାଜସ୍ଥାନୀ ପଗଡ଼ିରେ ନଜର ଆସିଥିଲେ ।

ମୋଦି କହିଛନ୍ତି, ଆଜିକାଲି ବିଶ୍ୱରେ ବଡ଼ ପରିବର୍ତ୍ତନ ହେଉଛି। ବର୍ତ୍ତମାନ କୌଶଳର ଗୁରୁତ୍ୱ ବୃଦ୍ଧି ପାଇଛି, ତେଣୁ ଆମେ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଉଛୁ। ଆମେ ଦେଶର ଯୁବକମାନଙ୍କୁ କୁଶଳୀ କରିବାକୁ ଚାହୁଁଛୁ। ଦେଶର ଯୁବକମାନେ ବିଶ୍ୱ ଚାକିରି ବଜାରରେ ନିଜର ଚିହ୍ନ ସୃଷ୍ଟି କରିବା ଉଚିତ୍‌। ଆମେ ସେହି ସ୍ବପ୍ନ ସହିତ ଆଗକୁ ବଢୁଛୁ। ଆଜି ବିଶ୍ୱ ଏତେ ଦ୍ରୁତ ଗତିରେ ବଢୁଛି ଯେ ଆମେ ବିଜ୍ଞାନ ପ୍ରତି ଧ୍ୟାନ ଦେବା ଉଚିତ୍‌। ଆମେ ଗବେଷଣା ଉପରେ ଧ୍ୟାନ ଦେଉଛୁ। ଅନୁସନ୍ଧାନ ପାଇଁ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ନୂତନ ଉଦ୍ଭାବନକୁ ନେଇଥାଏ। ଆଜି ଦେଶର ଯୁବକମାନେ ଡାକ୍ତରୀ ଅଧ୍ୟୟନ ପାଇଁ ଯାଉଛନ୍ତି। ସେଥିପାଇଁ ଆମେ ଗତ ଦଶ ବର୍ଷ ମଧ୍ୟରେ ମେଡିକାଲ ସିଟ ସଂଖ୍ୟାକୁ ଏକ ଲକ୍ଷକୁ ବୃଦ୍ଧି କରିଛୁ। ପ୍ରାୟ ୨୫ ହଜାର ଯୁବକ ଡାକ୍ତରୀ ଶିକ୍ଷା ପାଇଁ ବିଦେଶ ଯାଉଛନ୍ତି। ତେଣୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ମେଡିକାଲରେ ୭୫ ହଜାର ନୂତନ ସିଟ ସୃଷ୍ଟି ହେବ ବୋଲି ଆମେ ନିଷ୍ପତ୍ତି ନେଇଛୁ।

ମୋଦୀ କହିଛନ୍ତି, ' ଆମେ ଚାହୁଁଛୁ ଭାରତର ସ୍ଥିତି ସାରା ବିଶ୍ୱରେ ସବୁବେଳେ ଆଗରେ ରହୁ । ଆମେ 'ଡିଜାଇନ୍ ଫର ଇଣ୍ଡିଆ, ଡିଜାଇନ୍ ଫର ୱାର୍ଲ୍ଡ' ଦିଗରେ କାମ କରୁଛୁ ।ବିଗତ ଦିନରେ ଜି-୨୦ ସମ୍ମିଳନୀକୁ ଭାରତ ଯେଉଁଭଳି ଭାବରେ ଆୟୋଜନ କରିଛି ତାହା ସାରା ବିଶ୍ୱ ଦେଖିଛି । ଅକ୍ଷୟ ଶକ୍ତିର ଲକ୍ଷ୍ୟ ନିର୍ଦ୍ଧାରଣ ଯାହା ପାଶ୍ଚାତ୍ୟ ଦେଶରେ ହୋଇଥିଲା ତାହାକୁ ଭାରତ ପୂରଣ କରିପାରିଛି । ଏଥିରୁ ପ୍ରମାଣ ହୋଇଛି ଯେ, କେବଳ ଜି ୨୦ ନୁହେଁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ଆୟୋଜନ ଭାରତ କରିପାରିବ' ।

୨୦୩୬ରେ ଅଲିମ୍ପିକ୍ସ ଭାରତରେ ଆୟୋଜିତ ହେଉ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ବୋଲି ଘୋଷଣା କରିଛନ୍ତି ମୋଦୀ । ଏହାସହ ପ୍ୟାରିସରେ ଅଲିମ୍ପିକ୍ସ ପଦକ ହାସଲ କରିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆସନ୍ତା ପାରାଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭକାମନା ଜଣାଇଛନ୍ତି ମୋଦୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+