GST ସଂସ୍କାର ନେଇ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ସୂଚନା, କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଉଦ୍ବୋଧନରେ GST ସଂସ୍କାର ନେଇ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୨୨ ତାରିଖରୁ ଦେଶର ସବୁ ବର୍ଗର ଲୋକେ GST ସଂସ୍କାର ଦ୍ବାରା ଉପକୃତ ହେବେ। ଏହା ଗରିବ ଏବଂ ମଧ୍ୟମବର୍ଗ ଲୋକେ ସାହାଯ୍ୟ କରିବ। GST ସଂସ୍କାର ଭାରତର ବିକାଶକୁ ଆହୁରି ଅଧିକ ତ୍ୱରାନ୍ବିତ କରିବ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "GST ସଂସ୍କାରର ଏହି ନିଷ୍ପତ୍ତି ଏକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଜିଏସଟି ସଂସ୍କାର ଦେଶର ସମସ୍ତ ବର୍ଗକୁ ଲାଭ ପହଞ୍ଚାଇବ। ପୂର୍ବ ଟିକସ ବ୍ୟବସ୍ଥା, ଯାହା ବିଭିନ୍ନ ଟିକସର ମିଶ୍ରଣ ଥିଲା, ସାଧାରଣ ନାଗରିକଙ୍କୁ କ୍ଷତି ପହଞ୍ଚାଇଥିଲା। ଆମେ ଜନସ୍ୱାର୍ଥ ଏବଂ ଜାତୀୟ ସ୍ୱାର୍ଥରେ ଜିଏସଟି ଲାଗୁ କରିଥିଲୁ। ଏବେ ଦେଶ ଡଜନ ଡଜନ ଟିକସର ବୋଝରୁ ମୁକ୍ତ। 'ଏକ ରାଷ୍ଟ୍ର, ଏକ ଟିକସ'ର ସ୍ୱପ୍ନ ବାସ୍ତବରେ ପରିଣତ ହୋଇଛି।"

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ GST ସଂସ୍କାରଗୁଡ଼ିକ ପରବର୍ତ୍ତୀ ପିଢ଼ିର ସଂସ୍କାର। ଆମେ ସେଗୁଡ଼ିକୁ ଦେଶର ଆବଶ୍ୟକତା ଅନୁସାରେ କାର୍ଯ୍ୟକାରୀ କରିଛୁ। ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟକୁ ସରଳ କରିବ, ନିବେଶକୁ ଅଧିକ ଆକର୍ଷଣୀୟ କରିବ ଏବଂ ପ୍ରତ୍ୟେକ ରାଜ୍ୟକୁ ବିକାଶ ଦୌଡ଼ରେ ସମାନ ଅଂଶୀଦାର କରିବ। ଏହି ଜିଏସଟି ସଂସ୍କାରଗୁଡ଼ିକ "ନାଗରିକ ଦେବୋ ଭାବ" (ଲୋକମାନେ ପରମେଶ୍ୱର) ର ମନ୍ତ୍ରକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରେ। ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ, ଆମକୁ ଏକ ଆତ୍ମନିର୍ଭରଶୀଳ ଭାରତ ଆଡକୁ ଯିବାକୁ ପଡିବ।
୨୦୧୭ରେ ପ୍ରଥମ କରି GST ଲାଗୁ କରାଯାଇଥିଲା। ପୂର୍ବରୁ ଭିନ୍ନ ଭିନ୍ନ ଟ୍ୟାକ୍ସକୁ ନେଇ ଲୋକେ ହନ୍ତସନ୍ତ ହେଉଥିଲେ। ଏପରିକି ଲୋକଙ୍କୁ ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଗରିବ ଲୋକଙ୍କୁ ପୂର୍ବରୁ ଅଧିକ ଟିକସ ଦେବାକୁ ପଡ଼ୁଥିଲା। ବର୍ତ୍ତମାନ କରାଯାଇଥିବା GST ସଂସ୍କାର ଦ୍ୱାରା ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏପରିକି ଛୋଟ ଛୋଟ ଦୋକାନୀ ମଧ୍ୟ ଏଥିରୁ ବେଶି ଉପକୃତ ହେବେ। ଆୟକର କମିବା ଓ GST ସଂସ୍କାର ଦ୍ବାରା ସାଧାରଣ ବର୍ଗର ଲୋକେ ଅଢ଼େଇ ଲକ୍ଷ କୋଟି ଟଙ୍କାରେ ଫାଇଦା ନେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।












Click it and Unblock the Notifications