Get Updates
Get notified of breaking news, exclusive insights, and must-see stories!

ମୋଦିଙ୍କ ସୋସିଆଲ ମିଡିଆ ପ୍ରଫୋଇଲ ଫଟୋରେ ତ୍ରିରଙ୍ଗା

ଟ୍ବିଟରରେ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଫଟୋ ବଦଳାଇବା ପରେ ସେ ତ୍ରିରଙ୍ଗା ରଖିଛନ୍ତି ପ୍ରଧାନମନ୍ତ୍ରୀ ।

ନୂଆଦିଲ୍ଲୀ: 75 ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଏନେଇ ଚାରିଆଡେ ଚାଲିଛି ପ୍ରସ୍ତୁତି ପର୍ବ । ଆମ ଦେଶରେ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା । ଏହି ଅବସରରେ ଟ୍ବିଟରରେ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଫଟୋ ବଦଳାଇବା ପରେ ସେ ତ୍ରିରଙ୍ଗା ରଖିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ଠାରୁ ଆସନ୍ତା 15 ଅଗଷ୍ଟ ସମସ୍ତଙ୍କୁ ନିଜ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିବାକୁ 'ମନ କି ବାତ'ରେ କହିଥିଲେ ମୋଦି ।

pm modi

ଆଜି ପ୍ରଧାନମନ୍ତ୍ରୀ ଟ୍ବିଚ କରି ଲେଖିଛନ୍ତି ଯେ, ''ଅଗଷ୍ଟ 2 ଏକ ସ୍ବତନ୍ତ୍ର ଦିନ । ଏହା ଏମିତି ଏକ ଦିନ ଯେ ଏହି ସମୟରେ ଆମେ ଦେଶରେ ଆଜାଦି କା ଅମୃତ ମହୋତ୍ସବ ମନାଉଛେ । ଆମର ଦେଶ #HarGharTiranga ପାଇଁ ପ୍ରସ୍ତୁତ । ମୁଁ ମୋ ସୋସିଆଲ ମିଡିଆ ପେଜରେ ଡିପି ପରିବର୍ତ୍ତନ କରିଛି । ଅନ୍ୟମାନଙ୍କୁ ମଧ୍ୟ ସେ ପ୍ରୋଫାଇଲ ପରିବର୍ତ୍ତନ ନେଇ କହିଛନ୍ତି '' । ତ୍ରିରଙ୍ଗା ଡିଜାଇନ କରିଥିବା ପିଙ୍ଗଳି ଭେଙ୍କେୟାଙ୍କ ଜନ୍ମ ବାର୍ଷିକ ।

ଆଜିଠାରୁ ଅଗଷ୍ଟ 15 ପର୍ଯ୍ୟନ୍ତ 'ହର ଘର ତ୍ରିରଙ୍ଗା' ଅଭିଜାନରେ ଦେଶବାସୀଙ୍କୁ ନିଜ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଉତ୍ସାହିତ କରିଛନ୍ତି ମୋଦି । ଏହି ବର୍ଷ ଆଜାଦି କା ଅମୃତ ମହୋତ୍ସବ ପାଳିବ ସାରା ଦେଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+