ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଲେ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଲେ ନରେନ୍ଦ୍ର ମୋଦି । ଭାରତର ଦ୍ୱିତୀୟ ସର୍ବାଧିକ କାଳ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଭାବେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି । ନିରବଚ୍ଛିନ୍ନ ଭାବେ ୪ ହଜାର ୭୮ ଦିନ କାର୍ଯ୍ୟ କରି ଇନ୍ଦିରା ଗାନ୍ଧୀଙ୍କ ୪ ହଜାର ୭୭ ଦିନର ନିରବଚ୍ଛିନ୍ନ କାର୍ଯ୍ୟକାଳକୁ ଅତିକ୍ରମ କରିଛନ୍ତି ।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁ ମୋଦିଙ୍କ ଠାରୁ ଅଧିକ ଦିନ କାର୍ଯ୍ୟ କରିଛନ୍ତି । ୧୯୪୭ ରୁ ୧୯୬୪ ମଧ୍ୟରେ ୧୬ ବର୍ଷ ୨୮୬ ଦିନ ବା ଛଅ ହଜାର ୧୩୦ ଦିନ କାର୍ଯ୍ୟ କରିଛନ୍ତି। ମୋଦି ୨୦୧୪ ମସିହା ମେ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

Narendra Modi breaks Indira Gandhi s record becomes 2nd longest serving PM

୨୦୧୪, ୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନରେ ତିନିଥର ବାଜି ମାରି ଜବାହାରଲାଲ ନେହୁରୁଙ୍କ ସହ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ସ୍ୱାଧୀନତା ପରେ ଜନ୍ମଗ୍ରହଣ କରିଛନ୍ତି ।

ଏଥିସହ ଅଣ-କଂଗ୍ରେସ ଦଳରୁ ଦୀର୍ଘ ସମୟ କାର୍ଯ୍ୟ କରିଛନ୍ତି। ୨୦୦୧ ରୁ ୨୦୧୪ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ରାଜ୍ୟ ଓ କେନ୍ଦ୍ରରେ ୨୪ ବର୍ଷରୁ ଅଧିକ ସମୟ ନିର୍ବାଚିତ ସରକାରର ନେତୃତ୍ୱ ଦେଇଥିବା ଏକମାତ୍ର ନେତା ଭାବେ ପରିଗଣିତ କରାଇଛି ।

ମୋଦୀଙ୍କ ନେତୃତ୍ୱରେ ଦେଶରେ ଜିଏସଟି, ମେକ୍ ଇନ୍ ଇଣ୍ଡିଆ, ସ୍ୱଚ୍ଛ ଭାରତ ଅଭିଯାନ ଓ ଆୟୁଷ୍ମାନ ଭାରତ ଭଳି ପରିବର୍ତ୍ତନଶୀଳ ଯୋଜନା କାର୍ଯ୍ୟକାରୀ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+