ଶେଷ ପର୍ଯ୍ୟାୟ ମତଦାନ ଲାଗି ସରିଲା ପ୍ରଚାର, ଧ୍ୟାନରେ ବସିଲେ ମୋଦି

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି । ଆସନ୍ତା ୧ ତାରିଖରେ ଓଡ଼ିଶା ସମେତ ଦେଶରେ ଶେଷ ପର୍ଯ୍ୟାୟ ମତଦାନ ହେବ । ପ୍ରଚାର ଶେଷ ହେବା ପରେ ଆଜିଠୁ ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ତାମିଲନାଡୁର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲ୍‌ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ଦୀର୍ଘ ୪୮ ଘଣ୍ଟା ଧରି ସେ ଧ୍ୟାନ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନକୁ ଦୃଷ୍ଟିରେ ରଖି କନ୍ୟାକୁମାରୀରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ବିଶେଷ କରି ବିବେକାନନ୍ଦ ଶିଳା ଆଖପାଖ ଅଞ୍ଚଳକୁ ଶିବିରରେ ପରିଣତ କରାଯାଇଛି । ସେ ଏଠାରେ ଥିବା ଭଗବତୀ ଅମନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସେ ଏଠାରେ ଦୁଇଦିନ ଧ୍ୟାନ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଏଠାରୁ ଯିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ ୨୦୦୦ ଯବାନ ଙ୍କୁ ମୁତୟନ କରାଯାଇଛି । ବିବେକାନନ୍ଦ ଶିଳା ଉପରେ ୫ଟି ପର୍ଯ୍ୟାୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Narendra modi

ମୋଦି ଆଜି ସନ୍ଧ୍ୟାରୁ ଧ୍ୟାନରେ ବସିଥିବା ବେଳେ ଏହା ଜୁନ ୧ ତାରିଖ ଅପାରାହ୍ନ ପ୍ରାୟ ୩ଟାରେ ଶେଷ ହେବ । ଦେଶର ଭୋଟ ପ୍ରକ୍ରିୟା ମଧ୍ୟ ୧ ତାରିଖ ସନ୍ଧ୍ୟାରେ ସରିବା ସହ ଏକଜିଟ ପୋଲ ରେଜଲ୍ଟ ପ୍ରକାଶ ପାଇବ । ଧ୍ୟାନରୁ ଉଠିବା ପରେ ମୋଦି ସିଧା ଦିଲ୍ଲୀ ଆସିବେ ।କନ୍ୟାକୁମାରୀର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ହେଉଛି ବିବେକାନନ୍ଦ ରକ ମେମୋରିଆଲ । ଏହା ୧୯ଶ ଶତାବ୍ୱୀର ଦର୍ଶନିକ ଓ ଲେଖକ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତିରେ ନିର୍ମାଣ ହୋଇଛି । ଏହି ସ୍ମାରକୀ ନିକଟରେ ତାମିଲ ସନ୍ଥ ତିରୁଭାଲ୍ଲୁବାର ପ୍ରତିମୂର୍ତ୍ତି ନିକଟରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+