ନରେନ୍ଦ୍ର ମୋଦି ହେଲେ NDA ର ସଂସଦୀୟ ଦଳର ନେତା

ବିଜେପି ନେତୃତ୍ୱାଧୀନ NDA ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦି। ଆଜି ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

narendra modi

ରାଜନାଥ ସିଂହ ମୋଦିଙ୍କ ନାମ ପ୍ରସ୍ତାବ ଦେବା ପରେ ଅମିତ ଶାହ ଓ ନୀତିନ ଗଡ଼କରୀ ସମର୍ଥନ ଜଣାଇଛନ୍ତି। ଏହା ପରେ NDAର ସହଯୋଗୀ ଦଳର ମୁଖ୍ୟମାନେ ମଧ୍ୟ ସମର୍ଥନ ଜଣାଇ ନରେନ୍ଦ୍ର ମୋଦିଙ୍କୁ ନିଜ ନେତା ଭାବେ ବାଛିଛନ୍ତି। ମୋଦିଙ୍କ ନେତୃତ୍ୱରେ ଆଗକୁ ସମସ୍ତ କାର୍ଯ୍ୟ କରିବେ ବୋଲି ସହଯୋଗୀ ଦଳ ଜେଡିୟୁ ମୁଖ୍ୟ ନୀତୀଶ କୁମାର କହିଛନ୍ତି। ଏଥିସହ ସେ ସର୍ବଦା ମୋଦିଙ୍କ ସହ ରହିବେ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଶପଥ ଉତ୍ସବ ପୂର୍ବରୁ ଆଜି ଦିଲ୍ଲୀରେ NDAର ସଂସଦୀୟ ଦଳ ବୈଠକ ବସିଛି। ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ଏହି ବୈଠକ ଆୟୋଜିତ ହୋଇଛି। ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ସଭାପତି ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହ, ସହଯୋଗୀ ଦଳ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଶିବସେନାର ଏକନାଥ ସିନ୍ଦେଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି।

ଲୋକସଭା ନିର୍ବାଚନରେ ଏଥର NDAକୁ ୨୯୨ ଆସନ ମିଳିଛି। ସେଥିରୁ ବିଜେପି ଏକାକୀ ପାଇଛି ୨୪୦ ଆସନ। ମ୍ୟାଜିକ୍ ନଂ ୨୭୨ ହୋଇଥିବାରୁ ସହଯୋଗୀ ଦଳର ସମର୍ଥନକୁ ନେଇ ବିଜେପି ଏଥର ସରକାର ଗଢିବାକୁ ଯାଉଛି। ଆସନ୍ତା ରବିବାର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+