୪ ମାସର ନାତିକୁ ୨୪୦ କୋଟି ଟଙ୍କାର ଶେୟାର ଗିପ୍ଟ କରିଲେ ନାରାୟଣ ମୁର୍ତ୍ତୀ
ନୂଆଦିଲ୍ଲୀ : ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର ଦେଇଛନ୍ତି । ଏକ୍ସଚେଞ୍ଜ ଫାଇଲିଂ ଅନୁଯାୟୀ, ଏକାଗ୍ର ରୋହନ ମୁର୍ତ୍ତୀ ଭାରତର ଦ୍ୱିତୀୟ ବୃହତ୍ତମ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀରେ ୧୫,୦୦,୦୦୦ ଅଂଶଧନ କିମ୍ବା ୦.୦୪ ପ୍ରତିଶତ ଅଂଶ ରହିଛି । ନାତିଙ୍କୁ ଷେୟାର ଦାନ କରିବା ପରେ ଇନଫୋସିସରେ ନାରାୟଣ ମୁର୍ତ୍ତୀଙ୍କ ଅଂଶଧନ ୦.୪୦ ପ୍ରତିଶତରୁ ୦.୩୬ ପ୍ରତିଶତକୁ ଖସି ଆସିଛି । ସେ ବର୍ତ୍ତମାନ କମ୍ପାନୀର ପ୍ରାୟ ୧.୫୧ କୋଟି ଅଂଶଧନ ଧାରଣ କରିଛନ୍ତି ।

ଏହି କାରବାର 'ଅଫ ମାର୍କେଟ' ଢଙ୍ଗରେ କରାଯାଇଥିଲା । ନଭେମ୍ବରରେ ନାରାୟଣ ମୁର୍ତ୍ତୀ ଏବଂ ସୁଧା ମୁର୍ତ୍ତୀ ଜେଜେବାପା ହୋଇଥିଲେ । ସେମାନଙ୍କର ପୁଅ ରୋହନ ମୁର୍ତ୍ତୀ ଏବଂ ପତ୍ନୀ ଅପର୍ଣ୍ଣା କ୍ରିଷ୍ଣନ ଏକ ପୁଅକୁ ସ୍ୱାଗତ କରିଥିଲେ । ନାରାୟଣ ମୁର୍ତ୍ତୀ ଏବଂ ସୁଧା ମୁର୍ତ୍ତୀ ମଧ୍ୟ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଅକ୍ଷତା ମୁର୍ତ୍ତୀଙ୍କ ଦୁଇ ଝିଅଙ୍କ ଜେଜେବାପା-ଜେଜେ ମା' ଅଟନ୍ତି । ନାରାୟଣ ମୁର୍ତ୍ତୀ ୧୯୮୧ରେ ଇନଫୋସିସ ପ୍ରତିଷ୍ଠା କରିଥିଲେ । ମାର୍ଚ୍ଚ ୧୯୯୯ ରେ କମ୍ପାନୀ ନାସଡାକ ରେ ଲିଷ୍ଟିଂ ହୋଇଥିଲା । ସେହି ସମୟରେ ଜାରି କରାଯାଇଥିବା ଏକ ବିବୃତ୍ତିରେ ନାରାୟଣ ମୁର୍ତ୍ତୀ କହିଥିଲେ ଯେ ବଜାରରେ ସର୍ବୋତ୍ତମ ଉପଲବ୍ଧ ପ୍ରତିଭା ଆକର୍ଷିତ କରିବାରେ ନାସଡାକ୍ ରେ ଲିଷ୍ଟିଂ କମ୍ପାନୀକୁ ସାହାଯ୍ୟ କରିବ ।












Click it and Unblock the Notifications