ପଶ୍ଚିମବଙ୍ଗରେ ଟିଏମସି ଆଗୁଆ, ନନ୍ଦିଗ୍ରାମରେ ମମତା ପଛୁଆ : ଜାଣନ୍ତୁ କେତେ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ଶୁଭେନ୍ଦୁ
ପଶ୍ଚିମବଙ୍ଗରେ ଦିନ ଗୋଟାଏ 15 ସୁଦ୍ଧା ଟିଏମସି 208 ଆସନରେ ଆଗୁଆ ରହିଥିବା ବେଳେ ବିଜେପି 82ଟି ଆସନରେ ଆଗୁଆ ରହିଛି
ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗରେ ଦିନ ଗୋଟାଏ 15 ସୁଦ୍ଧା ଟିଏମସି 208 ଆସନରେ ଆଗୁଆ ରହିଥିବା ବେଳେ ବିଜେପି 82ଟି ଆସନରେ ଆଗୁଆ ରହିଛି । ସେହିପରି ସିପିଏମ୍ ଦୁଇ ଖଣ୍ଡ ଭୋଟରେ ଆଗୁଆ ରହିଛି । ବର୍ତ୍ତମାନ ଚାଲିଥିବା ବିଧାନସଭା ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ଟିଏମସି ଦୁଇ ଶହରୁ ଅଧିକ ଆସନରେ ଆଗୁଆ ରହିଥିବାରୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଟ୍ୱିଟ୍ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅପରପକ୍ଷରେ ବହୁ ଚର୍ଚ୍ଚିତ ନନ୍ଦିଗ୍ରାମ ଆସନରୁ ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଛୁଆ ଚାଲୁଥିବାର ନଜର ଆସିଛି । ମମତା ବିଜେପିର ନିକଟତମ ପ୍ରତିନ୍ଦ୍ୱନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ 10 ହଜାର 11 ଖଣ୍ଡ ଭୋଟରେ ପଛୁଆ ଚାଲୁଛନ୍ତି । ଦଶମ ରାଉଣ୍ଡ୍ ଭୋଟ୍ ଗଣତି ସୁଦ୍ଧା ଏହି ଟ୍ରେଣ୍ଡ୍ ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଅନେକ କଳ୍ପନାଯଳ୍ପନା ପ୍ରକାଶ ପାଇଛି । ଗୋଟିଏ ପଟେ ପଶ୍ଚିମବଙ୍ଗରେ ଟିଏମସି ଆରମ୍ଭରୁ ବିଜେପିକୁ ଦମଦାର୍ ଟକ୍କର ଦେଇଥିବା ବେଳେ ମମତାଙ୍କୁ ନେଇ ଏବେ ଉପୁଜିଛି ଆଶଙ୍କା ।












Click it and Unblock the Notifications