Get Updates
Get notified of breaking news, exclusive insights, and must-see stories!

କୁନୋ ଜାତୀୟ ଉଦ୍ୟାନରେ ବଢିଲା ଚିତା ସଂଖ୍ୟା, ଚିତା ଜ୍ୱାଲା ଦେଲା ତିନିଟି ଶାବକକୁ ଜନ୍ମ

Kuno's new cubs: ମଧ୍ୟପ୍ରଦେଶରୟ କୁନୋ ଜାତୀୟ ଉଦ୍ୟାନରେ ବଢିଲା ଚିତା ସଂଖ୍ୟା । ନାମିବିୟାରୁ ଆସିଥିବା ଚିତା 'ଜ୍ୱାଳା' ଦେଲା ୩ଟି ଶାବକକୁ ଜନ୍ମ । ଯାହା ପରେ କୁନୋରେ ଚିତା ସଂଖ୍ୟା ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, 'କୁନୋରେ ନୂତନ ଛୁଆ! ନାମିବିୟାରୁ ଆସିଥିବା ଚିତା ଜ୍ୱଳା ତିନିଟି ଶାବକଙ୍କୁ ଜନ୍ମ ଦେଇଛି । ଏହାସହ ସେ ସମସ୍ତ ସୁରକ୍ଷାକର୍ମୀ ଏବଂ ବନ୍ୟଜନ୍ତୁ ପ୍ରେମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ନବଦାଚ ଚିତାଙ୍କ ଏକ ଭିଡିଓ ମଧ୍ୟ ମଧ୍ୟ ସେ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାସ ହେଉଛି ।

Namibian Cheetah

ସୂଚନାଥାଉ ଯେ, ୧୭ ସେପ୍ଟେମ୍ବର ୨୦୨୨ରେ ଚିତା ପ୍ରୋଜେକ୍ଟ ଅଧୀନରେ ନାମିବିୟାରୁ ଚିତା ଜ୍ୱାଳା ସମେତ ୮ଟି ଚିତା ଭାରତକୁ ଅଣାଯାଇଥିଲା । ଯେଉଁମାନଙ୍କୁ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଥିଲା । ଏଥିରୁ ଏକାଧିକ ଚିତାଙ୍କ ମୃତ୍ୟୁ ଘଟିଥିଲା । ମୋଟ୍ ୧୦ଟି ଚିତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଏହା ପୂର୍ବରୁ ଜାନୁଆରୀ ୩ରେ ନାମିବିୟାର ଏକ ଚିତା ତିନିଟି ଶାବକଙ୍କୁ ଜନ୍ମ ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+