ବଦଳିବ ୟୁପିଏର ନାମ; ବିରୋଧୀ ଗଠବନ୍ଧନର ନାମ ରହିବ ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରାକଟିକ୍ ଇନକ୍ଲ୍ୟୁସିଭ ଆଲାଏନସ
ବିପକ୍ଷ ନେତା ମାନେ ଗଠବନ୍ଧନର ନାମ ଆଇ.ଏନ.ଡି.ଆଇ.ଏ (INDIA ) ( I - Indian, N - National , D Democractic , I - Inclusive , A - Alliance ) ରଖିଥିବା ସୂତ୍ରରୁ ଜଣାପଡିଛି। ବାଙ୍ଗାଲୋରରେ ଚାଲିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରାକଟିକ୍ ଇନକ୍ଲ୍ୟୁସିଭ ଆଲାଏନସ ଏହାର ନାମ ରହିବ ବୋଲି ସ୍ଥିର ରହିଛି।
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବିରୋଧୀ ଦଳର ଦ୍ଵିତୀୟ ଦିନର ବୈଠକ ଚାଲିଛି। ଏହି ବୈଠକରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ବୈଠକର ଉଦ୍ଦେଶ୍ୟ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଅଧା କାର୍ଯ୍ୟ ଶେଷ ହୋଇଛି ।
ସେ ଆହୁରି କହିଛନ୍ତି ଯେ, ଆମେ ଏପରି ଏକ ଭାରତ ଚାହୁଁଛୁ ଯାହା ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭାଇଚାରା ସାମ୍ବିଧାନିକ ନୀତି ଦ୍ୱାରା ପରିଚାଳିତ ହେଉ । 2024 ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ଦୁଇ ଦିନ ଧରି ବିରୋଧିଙ୍କର ରୋଡ ମ୍ୟାପ୍ ପ୍ରସ୍ତୁତ ହେଉଥିବା ନେଇ ଆଲୋଚନା ହେଉଛି ।

ସେପଟେ ପ୍ରଧାନମନ୍ତ୍ରୀ ବିରୋଧୀ ମେଳିକୁ କଡ଼ା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏଲୋକଙ୍କ ମୁହଁ ସାମ୍ନାକୁ ଆସିଲେ, ଲକ୍ଷେ କୋଟିର ଭ୍ରଷ୍ଟାଚାର ମନେପଡ଼େ । ଲୋକେ ଏମାନଙ୍କୁ ଦେଖିଲେ କହୁଛନ୍ତି କଟ୍ଟର ଭ୍ରଷ୍ଟାଚାରୀଙ୍କ ବୈଠକ ।
ମୋଦୀ ଆହୁରି କହଛନ୍ତି ଯେ, ଭ୍ରଷ୍ଟାଚାରରେ ବୁଡ଼ିଥିବା ଏହି ଲୋକେ ପରିବାରବାଦର କଡ଼ା ସମର୍ଥକ । ଏମାନଙ୍କ ପାଇଁ ଫାମିଲି ଫାଷ୍ଟ, ନେସନ ନଥିଙ୍ଗ । ଭ୍ରଷ୍ଟାଚାରକୁ ନେଇ ଏମାନଙ୍କ ଭିତରେ ନିବିଡ଼ ପ୍ରେମ, ଭାରି ଆତ୍ମୀୟତା ଅଛି ବୋଲି ମୋଦୀ କହିଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications