ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ,କହିଲେ ନକଲ ପାଇଁ ଅକଲ ଦରକାର
ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱାଇସି ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଉପରେ କଟାକ୍ଷ କରିଛନ୍ତି। ଏକ ହାଇପ୍ରୋଫାଇଲ ଇଭେଣ୍ଟ ସମୟରେ ଭାରତର ଅପରେଶନ ସିନ୍ଦୁରର ଜବାବରେ ଆରମ୍ଭ ହୋଇଥିବା ଅପରେଶନ ବୁନୟାନ ଅଲ-ମାର୍ସୁସ ର ନକଲି ଫଟୋଗ୍ରାଫ ଧରିଥିବା ଦେଖାଯିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ 'ମୂର୍ଖ ଜୋକର' ବୋଲି କୁହାଯାଉଥିଲା।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍ଙ୍କୁ ବୋକା ବନାଇଲେ ପାକ୍ ସେନାମୁଖ୍ୟ ଆସିଫ୍ ମୁନୀର । ଭାରତ ଉପରେ ପାକିସ୍ତାନ ଆକ୍ରମଣ କରିଥିବା କହି ଏକ ଫଟୋ ଉପହାର ଦେଇ ସରିଫ୍ଙ୍କୁ ଭୂଆଁ ବୁଲାଇଥିଲେ । ଚୀନ ସାମରିକ ଅଭ୍ୟାସ ଫଟୋକୁ ଭାରତ ବିରୋଧୀ ଅପରସେନ୍ ବୋଲି କରିଥିଲେ ପାକ୍ ସେନାମୁଖ୍ୟ । ଉକ୍ତ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି ଏଆଇଏମ୍ଆଇଏମ୍ ଚିଫ୍ ତଥା ସାଂସଦ ଅସଦୁଦ୍ଦିନ୍ ୱୱେସୀ । ପାକିସ୍ତାନକୁ ବୋକା କହିବା ସହିତ ନକଲ କରିବାକୁ ଅକଲ ଥିବା ଦରକାର କହି କଟାକ୍ଷ କରିଛନ୍ତି ।

କୁଏତରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରି ୱୱେସୀ କହିଛନ୍ତି, ''ନକଲ କରିବାକୁ ଅକଲ ଥିବା ଦରକାର । ପାକିସ୍ତାନ ଆର୍ମି ଚିଫ୍ ପାକ୍ ପିଏମ୍ ଶହବାଜ୍ଙ୍କୁ ଏକ ଫଟୋ ଦେଇଥିଲେ । ଏ ଜୋକର ଭାରତ ସହ ପ୍ରତିଯୋଗିତା କରିବେ । ୨୦୧୯ ଚୀନ ଆର୍ମି ସମରାଭ୍ୟାସର ଏକ ଫଟୋ ଗିଫ୍ଟ କରିଛନ୍ତି । ତାକୁ ଭାରତ ଉପରେ ବିଜୟ ବୋଲି କହୁଛନ୍ତି । ନିର୍ବୁଦ୍ଧିଆଙ୍କ ପାଖରେ ଟିକେ ବି ବୁଦ୍ଧି ନାହିଁ । ଠିକ୍ରେ କପି କରିବା ବି ଜାଣି ନାହାନ୍ତି । ପାକିସ୍ତାନ ଯାହା ବି କହୁ କିଛି ଫରକ ପଡିବ ନାହିଁ । ଆମର ତାଠୁ ଚିମୁଟାଏ ବି ଲୁଣ ଦରକାର ନାହିଁ ।''












Click it and Unblock the Notifications