Get Updates
Get notified of breaking news, exclusive insights, and must-see stories!

ତିରୁପତି ଲଡୁ ବିବାଦ: ପିଏମ୍ ମୋଦିଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, କହିଲେ ନାଇଡୁ...

ନୂଆଦିଲ୍ଲୀ : ତିରୁପତି ଲଡୁ ବିବାଦ ଘନେଇବାରେ ଲାଗିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏନଡିଏ ଦଳର ବିଧାୟକଙ୍କ ବୈଠକରେ ପ୍ରସାଦର ଅପମିଶ୍ରଣ ଅଭିଯୋଗ ଆଣିଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ ଚର୍ବି ମିଶ୍ରିତ ହୋଇଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ମୁହାଁମୁହିଁ ହୋଇଛନ୍ତି।

ଏହି ସମୟରେ ଓ୍ବାଇଏସଆରସିପି ମୁଖ୍ୟ ଜଗନ ମୋହନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ର ପବିତ୍ରତାକୁ ଅପବିତ୍ର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ନାଇଡୁଙ୍କୁ ତାଗିଦ କରିବା ସହ ସତ୍ୟ ପ୍ରକାଶ କରିବାକୁ ଜଗନ୍ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି, "ଆନ୍ଧ୍ରପ୍ରଦେଶରେ ଘଟୁଥିବା ଦୁଃଖଦ ଘଟଣା ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଁ ଏହି ଚିଠି ଲେଖୁଛି।

ysr jagan mohan reddy

"ନାଇଡୁଙ୍କ ବେପରୁଆ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବିବୃତ୍ତି ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି ଏବଂ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡର ପବିତ୍ରତାକୁ କ୍ଷୁର୍ଣ୍ଣ କରିଛି।" ସେ ଚିଠିରେ ଆହୁରି କହିଛନ୍ତି ଯେ, ପ୍ରଭୁ ଭେଙ୍କଟେଶ୍ୱରଙ୍କୁ କେବଳ ଭାରତୀୟମାନେ ପୂଜା କରନ୍ତିନି, ବିଦେଶରେ ମଧ୍ୟ କୋଟି କୋଟି ହିନ୍ଦୁ ଭକ୍ତ ଆରାଧ୍ୟ ମଣନ୍ତି। ଯଦି ଏପରି ସମ୍ବେଦନଶୀଳ ପ୍ରସଙ୍ଗକୁ ଅତି ସାବଧାନତାର ସହ ନିୟନ୍ତ୍ରଣ କରାନଯାଏ, ତେବେ ଏହି ମିଛ ବ୍ୟାପକ କ୍ଷତି ପହଞ୍ଚାଇପାରେ।

ତେଣୁ ଭକ୍ତଙ୍କ ବିଶ୍ୱାସ ଓ ଭରସାକୁ ପୁନଃସ୍ଥାପିତ କରି ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି ଜଗନ ମୋହନ ରେଡ୍ଡୀ। ସେ ଆହୁରି ମଧ୍ୟ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଟିଟିଡିର କାର୍ଯ୍ୟକଳାପ ବିରୁଦ୍ଧରେ ମିଥ୍ୟା ପ୍ରଚାର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତିରୁମାଲା ମନ୍ଦିରରେ ପ୍ରସାଦ ତିଆରିରେ ବ୍ୟବହାର କରାଯାଉଥିବା ଘିଅ ମିଶ୍ରଣ ହୋଇଛି ଏବଂ ଘିଅରେ ପଶୁ ଚର୍ବି ରହିଛି।

ଲଡୁ ତିଆରି କରିବାରେ ଘିଅ ପରିବର୍ତ୍ତେ ପଶୁ ଚର୍ବି ବ୍ୟବହାର କରାଯାଇଛି। ଏହି ପ୍ରସାଦ କୋଟି କୋଟି ହିନ୍ଦୁ ଭକ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରେ। ଏହା ପ୍ରକୃତରେ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟାପିଥିବା ମିଥ୍ୟା ଅଟେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+