Get Updates
Get notified of breaking news, exclusive insights, and must-see stories!

ନାଗପୁର ହିଂସାର ମାଷ୍ଟରମାଇଣ୍ଡ ଗିରଫ

ନାଗପୁର ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଫହିମ ଶାମିମ ଖାନ ଗିରଫ । ସେ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ପୋଲିସ ହେପାଜତରେ ଅଛନ୍ତି। ଆଉ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ୭୦ରୁ ଅଧିକ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଫହିମ ଖାନ ସଂଖ୍ୟାଲଘୁ ଡେମୋକ୍ରାଟିକ୍ ପାର୍ଟି (ଏମଡିପି)ର ନଗର ସଭାପତି। ସେ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତିନ ଗଡକରୀଙ୍କ ବିପକ୍ଷରେ ନାଗପୁରରୁ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଧ୍ୟ ଲଢ଼ିଛନ୍ତି।

ଉଭୟ ନିର୍ବାଚନରେ ତାଙ୍କର ଅମାନତ ଜବତ ହୋଇଥିଲା। ପୋଲିସ ଏଫଆଇଆରରେ, ଫହିମର ନାମ ଅନ୍ୟମାନଙ୍କ ନାମ ସହିତ ଅଭିଯୁକ୍ତଙ୍କ ତାଲିକାରେ ଉଲ୍ଲେଖ ଅଛି। ଅଭିଯୋଗ ହୋଇଛି ଯେ ସେ ପ୍ରଥମେ ପୋଲିସ ଷ୍ଟେସନରେ ପହଞ୍ଚି ବଜରଙ୍ଗ ଦଳ ଏବଂ ଲୋକଙ୍କୁ ଉସୁକାଇଥିବା ବିରୋଧରେ ଅଭିଯୋଗ କରିଥିଲେ।

nagpur

ଯ‌ଶୋଧାରାନଗରସ୍ଥିତ ସଞ୍ଜୟ ବାଗ୍‌ କଲୋନିର ବାସିନ୍ଦା ଫହିମ୍‌ଙ୍କ ବୟସ ୩୮ ବର୍ଷ। ଗିରଫ ପରେ ପୁଲିସ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାଙ୍କୁ ନିଜ ହେପାଜତକୁ ନେଇଛି। ଫହିମଙ୍କ ସମେତ ଅନ୍ୟ ୨୬ ଜଣଙ୍କୁ ମଧ୍ୟ ପୁଲିସ ହାଜତକୁ ନେଇଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ପ୍ରାରମ୍ଭିକ ତଦନ୍ତ ଏବଂ ଭିଡିଓ ପ୍ରମାଣରୁ ଫହିମଙ୍କ ଭାଷଣ ଉତ୍ତେଜନା ବଢ଼ାଇଥିଲା।

ଏଥିଯୋଗୁ ନାଗପୁରରେ ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା। ବିଶୃଙ୍ଖଳ ଜନତା ଭୟଙ୍କର କ୍ଷତି ଘଟାଇଛନ୍ତି। ୨ଟି ଜେସିବି ମେସିନ୍‌ ଏବଂ ୪୦ଟି ଯାନବାହନ ଜାଳି ଦେଇଛନ୍ତି। ଏଥିସହ ପୁଲିସ ଭ୍ୟାନ୍‌ ଭଙ୍ଗାରୁଜା ଏବଂ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ କରିଛନ୍ତି। ହିଂସ‌ାରେ ୧୦ ଦଙ୍ଗା ନିରୋଧୀ କମାଣ୍ଡୋ, ୨ ଆଇପିଏସ ଅଫିସର ଏବଂ ୨ ଜଣ ଅଗ୍ନି ନିର୍ବାପକ କର୍ମଚାରୀ ଆହତ ହୋଇଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ସହରର ପ୍ରାୟ ୩୦ ପ୍ରତିଶତ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି। କେନ୍ଦ୍ରୀୟ ନାଗପୁରରେ ୨ ହଜାରରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି।

ଏହି ମାମଲାରେ ଆଜି ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ୮ ଜଣ କର୍ମଚାରୀ କୋଟୱାଲି ପୁଲିସରେ ଆତ୍ମସମର୍ପଣ କରିଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି। ସେମାନଙ୍କୁ ପ୍ରଥମେ ଗିରଫ କରି ପରେ କୋର୍ଟରେ ହାଜର କରାଯାଇଥିଲା। ଛତ୍ରପତି ଶାମ୍ଭାଜୀ ନଗରରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ କବର ହଟାଇବା ଦାବିରେ ଆନ୍ଦୋଳନ ସମୟରେ ଏକ ସଂପ୍ରଦାୟର ପବିତ୍ର ଗ୍ରନ୍ଥର ଅପବିତ୍ରୀକରଣ କରାଯାଇଥିବା ନେଇ ଗୁଜବ ପ୍ରଚାର ହେବାପରେ ହିଂସା ସୃଷ୍ଟି ହୋଇଥିଲା। ଏହାପରେ ହିଂସା ସହରର ଅନ୍ୟସ୍ଥାନକୁ ବ୍ୟାପିବାରୁ ୩୪ ଜଣ ‌ଆହତ ହୋଇଥିଲେ। ତେବେ ମାମଲାରେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+