Get Updates
Get notified of breaking news, exclusive insights, and must-see stories!

ନାଗପୁର ହିଂସା ଯୋଜନାବଦ୍ଧ:ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ନାଗପୁରରେ ହିଂସା ପରେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ । କିଛି ସ୍ଥାନରେ କଫ୍ୟୁ ବଳବତ୍ତର ରହିଛି । ହିସାଂ ଭିଆଇଥିବା ଅଭିଯୋରେ ୫୦ରୁ ଅଧିକ ଜଣଙ୍କୁ ଅଟକ ରଖାଯାଇଛି । ଗତକାଲି ରାତିରେ ଔରଙ୍ଗଜେବଙ୍କ ସମାଧି ବିବାଦକୁ ନେଇ ଅଶାନ୍ତି ଦେଖାଦେଇଥିଲା ।

ସଂଘର୍ଷରେ ୩୦ ରୁ ଅଧିକ ଲୋକ ଆହତ ହେବା ପରେ ଏହାକୁ ନେଇ ଏବେ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କାରଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଏହି ହିଂସା ଯୋଜନାବଦ୍ଧ ଥିଲା। ମାତ୍ର ବିରୋଧୀ ଦଳ ସରକାରଙ୍କ ବିଫଳତାର ଅଭିଯୋଗ କରିଛନ୍ତି।

ଔରଙ୍ଗଜେବଙ୍କ କବର ହଟାଇବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ । ନାଗପୁର ହିଂସାକୁ ସେ ତୀବ୍ର ନିନ୍ଦା କରିଛନ୍ତି । ଦୁଇ ସମୁଦାୟ ମଧ୍ୟରେ ସଂଘର୍ଷ ପୂର୍ବ ପ୍ରାୟୋଜିତ । ରାଜ୍ୟ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭାଙ୍ଗିବାକୁ ଚେଷ୍ଟା କରାଯାଉଛି । ହେଲେ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି । ଏହାଛଡ଼ା ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ।

Devendra

ସେପଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଉପରେ ବଡ଼ ବୟାନ ରଖିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସିଞ୍ଜୟ ରାଓତ । ସେ କହିଛନ୍ତି, ନାଗପୁର ହିଂସାରେ କୌଣସି କାରଣ ନାହିଁ । ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ । ସେଠାରେ ହିନ୍ଦୁ ଲୋକଙ୍କୁ ଭୟଭୀତ କରି ସେମାନଙ୍କୁ ହିଂସା ପାଇଁ କିଛି ନେତା ପ୍ରବର୍ତ୍ତାଉଛନ୍ତି ।

ସୋମବାର ନାଗପୁରରେ ଥିବା ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧି ହଟାଇବାକୁ ନେଇ ଦୁଇ ସମ୍ପ୍ରଦାୟିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ସଂଧ୍ୟା ହେବା ବେଳକୁ ଏହା ତୀବ୍ର ରୂପ ଧାରଣ କରିଥିଲା । ଉଭୟ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିଥିଲେ । ରାସ୍ତାରେ ଥିବା ଗାଡ଼ିଗୁଡିକୁ ଭାଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ । ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି କରିବା ସହିତ ଟିୟର ଗ୍ୟାସ ବ୍ୟବହାର କରିଥିଲା । ଏହା ସହିତ ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ନାଗପୁର ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+