ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ,୫ ମୃତ

ନାଗପୁର: ମହାରାଷ୍ଟ୍ରର ନାଗପୁର ନିକଟ ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ନାଗପୁରର ହିଙ୍ଗନା ଥାନା ଅନ୍ତର୍ଗତ ଚାମୁଣ୍ଡି ଏକ୍ସପ୍ଲୋସିଭ ଗୋଦାମରେ ଏହି ବିସ୍ଫୋରଣ ଘଟିଛି ।

ଆଜି ଦିନ ଗୋଟାଏରେ ବିସ୍ଫୋରଣ ଘଟିଥିଲା । ଏହି ସମୟରେ ଶ୍ରମିକମାନେ ବିସ୍ଫୋରକ ପ୍ୟାକ୍ କରୁଥିଲେ । ଫଳରେ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଆହତ ହୋଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୁଲିସ କହିଛି ।

blast

ବାରୁଦ କମ୍ପାନୀରେ ପ୍ରାୟ ୧.୩୦ ମିନିଟ୍ ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିକଟସ୍ଥ ଅଞ୍ଚଳରେ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା । ବିସ୍ଫୋରଣ ପରେ କାରଖାନାରେ ନିଆଁ ବ୍ୟାପି ଯାଇଥିଲା । ଧୂଆଁ ଏପରି ଉପରକୁ ଉଠିଥିଲା ଯେ କିଛି କିଲୋମିଟର ଦୂର ପର୍ଯ୍ୟନ୍ତ ଦେଖାଯାଇଥିଲା ।

ସ୍ଥାନୀୟ ଲୋକ ଏହି ବିସ୍ଫୋରଣ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଏହା ପରେ ଅନେକ ଅଗ୍ନିଶମ ଗାଡ଼ି ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+