ନାଗା ସାଧୁ କରନ୍ତି ୧୭ ଶୃଙ୍ଗାର, ଜାଣନ୍ତୁ ଏହାର ରହସ୍ୟ
Mahakumbh 2025: ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଛି ପ୍ରଥମ ପୁଣ୍ୟ ସ୍ନାନ । ସାଧୁ ସନ୍ଥଙ୍କ ପରେ ବୁଡ ପକାଇଲେ କୋଟି କୋଟି ଶ୍ରଦ୍ଧାଳୁ । ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀ ସ୍ଥଳରେ ବୁଡ଼ ପକାଇଲେ । ମହାକୁମ୍ଭ ୧୩ ଜାନୁଆରୀ ୨୦୨୫ ରେ ପୌଷ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ଏବଂ ୨୬ ଫେବୃଆରୀ ୨୦୨୫ ରେ ମହାଶିବରାତ୍ରିରେ ଶେଷ ହେବ। ପ୍ରଥମ ରାଜକୀୟ ସ୍ନାନ ମଧ୍ୟ ୧୩ ଜାନୁଆରୀରେ କରାଯିବ।
ମହାକୁମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ, ଯେଉଁଥିରେ ସାରା ବିଶ୍ୱରୁ ସନ୍ଥ ଏବଂ ଭକ୍ତମାନେ ଅଂଶଗ୍ରହଣ କରନ୍ତି ଏବଂ ପବିତ୍ର ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଥାନ୍ତି। ବିଶେଷକରି ମହାକୁମ୍ଭରେ, ନାଗା ସାଧୁମାନେ ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି । କାରଣ ହେଉଛି ସେମାନଙ୍କର ଜୀବନଶୈଳୀ, ପୋଷାକ ଏବଂ ନିଷ୍ଠା।

ସାଧାରଣତଃ ମହିଳା ମାନେ ୧୬ ଶୃଙ୍ଗାର କରନ୍ତି, ହେଲେ ନାଗା ସାଧୁ କରନ୍ତି ୧୭ ଶୃଙ୍ଗାର । ଖାସ ପର୍ବପର୍ବାଣି ଏବଂ କାର୍ଯ୍ୟକ୍ରମରେ ଏମାନେ ଏପରି ଶୃଙ୍ଗାର କରିଥାନ୍ତି । ନାଗାସାଧୁ ୧୭ ଶୃଙ୍ଗାର ସହିତ କୁମ୍ଭମେଳାର ମହାନ୍ ପର୍ବରେ ସାମିଲ ହୋଇଥାନ୍ତି।
ନାଗାସାଧୁ ୧୭ ଶୃଙ୍ଗାର ହେଉଛି
ଶରୀରରେ ବିଭୂତି, ଚନ୍ଦନ, ହାତ ଓ ପାଦରେ କଡ଼ା, ମୁଦି, କମରପଟି, କୁଣ୍ଡଳ, ଲଙ୍ଗୋଟ, କମଣ୍ଡଳୁ, ଡମ୍ବରୁ, ଜଟା ପ୍ରସାଧନ, ତିଳକ, କଜଳ, ରୁଦ୍ରାକ୍ଷମାଳା, ତ୍ରିଶୂଳ, ବାଜୁବନ୍ଧ, ନୋଥ ଆଦି ଧାରଣ କରିଥାନ୍ତି। ଦୀକ୍ଷା ଗ୍ରହଣ ପରେ ଏସବୁ ସାମଗ୍ରୀ ନାଗାସାଧୁଙ୍କ ଜୀବନର ଅଂଶବିଶେଷ ହୋଇଯାଏ। ପବିତ୍ର ସ୍ନାନ ପୂର୍ବରୁ ନାଗାସାଧୁ ୧୭ ଶୃଙ୍ଗାର କରିଥାନ୍ତି । ନ ହେଲେ ସ୍ନାନପର୍ବ ଅଧୁରା ବୋଲି ବିବେଚନା କରାଯାଏ।












Click it and Unblock the Notifications