ନବ ଦାସ ହତ୍ୟା ମାମଲା: ଚିକିତ୍ସା କରିଥିବା ଡାକ୍ତରଙ୍କୁ ପଚରାଉଚରା
Naba Das Murder Case: ନବ ଦାସ ହତ୍ୟା ମାମଲାକୁ ପଣି ସରଗରମ ହୋଇଛି ରାଜନୀତି ଏବଂ ଆରମ୍ଭ ହୋଇଛି ତଦନ୍ତ । ଆଜି ନବ ଦାସଙ୍କ ପତ୍ନୀ ମିନତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଥିବା ଯାଉଛନ୍ତି । ସେପଟେ ନବ ଦାସଙ୍କ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତରଙ୍କୁ ପଚରାଉଚରା କରାଯାଇଛି । ଝାରସୁଗୁଡା ମେଡିକାଲର ୨ ଡାକ୍ତରଙ୍କୁ ପଚରାଉଚରା କରାଯାଇଥିବା ନେଇ ସୂଚନା ରହିଛି । ସାନି ତଦନ୍ତର ଦ୍ୱିତୀୟ ଦିନରେ ଡାକ୍ତରଖାନାରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ।

ଏହା ପୂର୍ବରୁ ନବ ଦାସଙ୍କ ପରିବାରକୁ ପଚରାଉଚରା କରିବା ସହ ସମସ୍ତଙ୍କ ବୟାନ ମଧ୍ୟ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ସେହିପରି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ ମିନତି । ସେ ୧୧ ତାରିଖରେ ଇ-ମେଲ୍ ଓ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲେ । ତେବେ ଚର୍ଚ୍ଚା ହେଉଛି ଏହି ଘଟଣାର ସିବିଆଇ ତଦନ୍ତ ନେଇ ସେ ଦାବି କରିପାରନ୍ତି ।












Click it and Unblock the Notifications