ଭୟଙ୍କର ଭୂମିକମ୍ପରେ ଥରିଲା ମିଆଁମାର, ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି
Earthquake: ଭୟଙ୍କର ଭୂମିକମ୍ପରେ ଥରିଲା ମିଆଁମାର । ୨ଥର ଜୋରଦାର ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସେକ୍କଲରେ ଏହାର ତୀବ୍ରତା ୭.୨ ଓ ୭.୦ ରେକର୍ଡ କରାଯାଇଛି । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ମିଆଁମାରରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ପ୍ରଭାବ ପଡୋଶୀ ଦେଶ ବାଂଲାଦେଶ, ଚୀନ୍, ଲାଓସ୍ ଏବଂ ଥାଇଲ୍ୟାଣ୍ଡ,ଭାରତରେ ମଧ୍ୟ ପ୍ରଭାବିତ ହୋଇଛି ।
ଭୂମିକମ୍ପ ତାଣ୍ଡବ ସୃଷ୍ଟି କରିବା ପରେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବ୍ୟାଙ୍କକରେ ଟ୍ରେନ୍ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିଲା ଏବଂ ଏବେ ବ୍ୟାଙ୍କକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଦୁଇ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି।

ସେହିପରି ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଥାଇଲ୍ୟାଣ୍ଡରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଭାରତୀୟ ଦୂତାବାସ ହେଲ୍ପଲାଇନ୍ ନମ୍ବର +୬୬୬୧୮୮୧୯୨୧୮ ଜାରି କରାଯାଇଛି ।












Click it and Unblock the Notifications