ମିଆଁମାର ଭୂମିକମ୍ପ: ୬୯୪ ଛୁଇଁଲା ମୃତ୍ୟୁ ସଂଖ୍ୟା
Myanmar Earthquake: ବଢ଼ୁଛି ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା 694 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି 1670 ଜଣ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି ।
ସିଙ୍ଗାପୁର ରେଡକ୍ରସ ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଭୂମିକମ୍ପ ରିଲିଫ୍ ଏବଂ ସହାୟତା ପାଇଁ 150,000 ପ୍ରତିଶୃତି ଦେଇଛି। ଏହି ପାଣ୍ଠି ଖାଦ୍ୟ, ପାଣି, କମ୍ବଳ, ତାରପାଲିନ୍, ସ୍ୱାସ୍ଥ୍ୟ କିଟ୍ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ବ୍ୟବହୃତ ହେବା ନେଇ ସୂଚନା ରହିଛି ।

ଭୂମିକମ୍ପ ଯୋଗୁଁ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ପରେ ବ୍ୟାଙ୍କକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି ବଡ଼ ବଡ଼ ମେସିନ୍ । କୋଠା ଭୁଶୁଡ଼ିବା ଫଳରେ ପ୍ରାୟ 100 ଜଣ ଶ୍ରମିକ ନିଖୋଜ ଅଛନ୍ତି, ଯେଉଁଥିରୁ 9 ଜଣଙ୍କର ମୃତ୍ୟୁ ହୋଇଛି।
#OperationBrahma gets underway.
First tranche of humanitarian aid from India has reached the Yangon Airport in Myanmar.
🇮🇳 🇲🇲 pic.twitter.com/OmiJLnYTwS
— Dr. S. Jaishankar (@DrSJaishankar) March 29, 2025
ଅପରେସନ୍ ବ୍ରହ୍ମା ଅଧୀନରେ ମିଆଁମାରରେ ଉଦ୍ଧାର କାର୍ଯ୍ୟ ପାଇଁ ଭାରତରୁ ପଠାଯାଇଥିବା ସାମଗ୍ରୀର ପଠାଣ ୟାଙ୍ଗନ୍ ବିମାନବନ୍ଦରରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।












Click it and Unblock the Notifications