ମିଆଁମାର ଭୂମିକମ୍ପ: ୧୦୭ ମୃତ, ୩୫୦ ରୁ ଅଧିକ ଆହତ
ଭାରତର ପଡ଼ୋଶୀ ଦେଶ ମ୍ୟାନମାରରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର ଝଟକା ଦେଶର ଅନେକ ରାଜ୍ୟରେ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ୭.୨ ମାପ କରାଯାଇଛି। ବର୍ତ୍ତମାନ, ଏହି ଭୂମିକମ୍ପ ଯୋଗୁଁ ଦେଶରେ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।

ମିଆଁମାରରେ ଲଗାତାର ଦୁଇଟି ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ 107ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହା ସହ 350ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଥାଇଲ୍ୟାଣ୍ଡରେ ମଧ୍ୟ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୧ଜଣ ନିଖୋଜ ଅଛନ୍ତି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକାର ଭୂତତ୍ତ୍ୱ ସର୍ଭେ (ୟୁଏସଜିଏସ ) ଆକଳନ କରିଛି ଯେ, ମିଆଁମାର ଭୂମିକମ୍ପ ସମୟରେ ଅତି କମରେ ୮୦୦,୦୦୦ ଲୋକ ଭୂମିର କମ୍ପନ ଅନୁଭବ କରିଛନ୍ତି।












Click it and Unblock the Notifications