ରନ୍‌ୱେରୁ ଖସିଗଲା ସେନା ବିମାନ, ୬ ଆହତ

ନୂଆଦିଲ୍ଲୀ: ମଙ୍ଗଳବାର (ଜାନୁଆରୀ ୨୩) ରେ ଭାରତର ଉତ୍ତର-ପୂର୍ବ ରାଜ୍ୟ ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରାଜଧାନୀ ଆଇଜୋଲ ନିକଟ ଲେଙ୍ଗପୁଇ ବିମାନବନ୍ଦରରେ ମିଆଁମାର ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଲେଙ୍ଗପୁଇ ବିମାନବନ୍ଦର ଆଇଜୋଲ ନିକଟରେ ଅବସ୍ଥିତ ଏକ ଘରୋଇ ବିମାନବନ୍ଦର ।

ସୂଚନାନୁସାରେ, ମିଆଁମାର ସେନା ଏବଂ ନାଗରିକ ସେନା ମଧ୍ୟରେ ସଂଘର୍ଷ ହେତୁ ଲଙ୍ଗଟଲାଇ ଜିଲ୍ଲାରୁ ପଳାୟନ କରିଥିବା ମିଆଁମାର ସୈନିକମାନଙ୍କୁ ଏହି ବିମାନରେ ଅଣା ଯାଉଥିଲା । ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଅବତରଣ କରିବା ପରେ ବିମାନଟି ରନୱେରୁ ଖସିଗଲା । ଫଳରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଙ୍କିଛି । ବିମାନରେ ପାଇଲଟଙ୍କ ସମେତ ବିମାନରେ ୧୪ ଜଣ ଲୋକ ଥିଲେ । ଏଥିମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଲେଙ୍ଗପୁଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

army plane crash

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ମିଜୋରାମ ଡିଜିପି କହିଛନ୍ତି ଯେ ମିଆଁମାର ଆର୍ମି ବିମାନ ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି । ବିମାନରେ ପାଇଲଟଙ୍କ ସମେତ ୧୪ ଜଣ ଲୋକ ଥିଲେ । ଆହତମାନଙ୍କୁ ଲେଙ୍ଗପୁଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ମିଆଁମାରରେ ସେନା ଏବଂ ବିଦ୍ରୋହୀଙ୍କ ମଧ୍ୟରେ କିଛି ଦିନ ହେବ ଲଢ଼େଇ ଚାଲିଛି, ଯେଉଁ କାରଣରୁ ସୈନିକମାନେ ପଳାୟନ କରି ମିଜୋରାମର ଲାଙ୍ଗଟାଇ ଜିଲ୍ଲାକୁ ପ୍ରବେଶ କରିଥିଲେ । ଏହି ସୈନିକମାନଙ୍କୁ ନେବା ପାଇଁ ବିମାନଟି ଭାରତ ଆସିଥିଲା ।

ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ସାମରିକ ବିମାନ ଭାରତରେ ଉପସ୍ଥିତ ଥିବା ସେନା କର୍ମଚାରୀଙ୍କୁ ନେବାକୁ ଆସୀଥିଲା । ତେବେ ଲେଙ୍ଗପୁଇ ବିମାନବନ୍ଦରର ମିଆଁମାର ସେନାର ଶାନସି ୟ -୮ ବିମାନ ଅବତରଣ ସମୟରେ ରନୱେରୁ ଖସି ଯାଇଥିଲା । ଆସାମ ରାଇଫଲ୍ସ ଅଧିକାରୀ କହିଛନ୍ତି ଯେ ଭାରତ ୧୮୪ ମିଆଁମାର ସୈନିକଙ୍କୁ ନିଜ ଦେଶକୁ ପଠାଇଛି । ଗତ ସପ୍ତାହରେ ମିଆଁମାରର ୨୭୬ ଜଣ ସୈନିକ ମିଜୋରାମରେ ପ୍ରବେଶ କରିଥିଲେ, ସେଥିମଧ୍ୟରୁ ୧୮୪ ଜଣ ସୈନିକଙ୍କୁ ସୋମବାର ମିଆଁମାରକୁ ପଠାଇ ଦିଆ ଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+