ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ,କହିଲେ ଦେଶବାସୀ ଯାହା ଚାହୁଁଛନ୍ତି ଠିକ୍ ସେମିତି ହେବ
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ରହିଛି ଏବଂ ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ବୟାନ ଦେଇଛନ୍ତି । ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜନାଥ ସିଂହ କହିଥିଲେ ଯେ ଶତ୍ରୁକୁ ତା'ର ନିଜ ଭାଷାରେ ଜବାବ ଦିଆଯିବ ।
ଯିଏ ଦେଶ ଆଡ଼କୁ ଆଖି ଉଠାଇବାକୁ ସାହସ କରୁଥିବା ଲୋକଙ୍କୁ ମୋ ସେନା ସହିତ ଉଚିତ ଜବାବ ଦେବା ମୋର ଦାୟିତ୍ୱ । ଏହି ସମୟରେ ସେ ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆପଣ ଯାହା ଚାହିଁବେ ତାହା ନିଶ୍ଚିତ ଭାବରେ ହେବ ।
ରାଜନାଥ କହିଛନ୍ତି, ଯିଏ ଆମ ଦେଶ ଉପରେ ଆକ୍ରମଣ ପାଇଁ ସାହସ କରିଛି ତାକୁ ଜବାବ ଦେବା ମୋର ଦାୟିତ୍ବ। ଆପଣମାନେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀ ଏବଂ ନିଷ୍ଠାକୁ ଜାଣିଛନ୍ତି। ମୋଦୀଙ୍କ ଦକ୍ଷତା ଏବଂ ପ୍ରତିବଦ୍ଧତା ସଂକ୍ରାନ୍ତରେ ଆପଣମାନେ ଅବଗତ ଅଛନ୍ତି। ମୁଁ ଆପଣମାନଙ୍କୁ ଏହା ନିଶ୍ଚିତ କରୁଛି ଯେ ଆପଣମାନେ ଯାହା ଆଶା କରୁଛନ୍ତି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ହେବ।

ଦେଶବାସୀ ପ୍ରଧାନମନ୍ତ୍ରୀଙ୍କୁ ଭଲ ଭାବେ ଜାଣନ୍ତି, ମୋଦୀଙ୍କ କାର୍ଯ୍ୟଶୈଳୀ ସହ ସମସ୍ତେ ପରିଚିତ । ବିପଦ ସମୟରେ ପ୍ରଧାନମନ୍ତ୍ରୀ କିଭଳି ଏହାର ମୁକାବିଲା କରନ୍ତି ତାହା କେବଳ ଦେଶ ନୁହେଁ ବିଶ୍ବ ବି ଦେଖିଛି । ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଜଣକୁ ବି ଛଡ଼ାଯିବନାହିଁ । ଦେଶ ଯେମିତି ଚାହୁଁଛି ସେମିତି ହିଁ ହେବ । ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ବ ମୋର ବୋଲି ରାଜନାଥ କହିଛନ୍ତି ।












Click it and Unblock the Notifications