ରାହୁଲଙ୍କୁ ଚିଠି ଲେଖିଲେ ଆତଙ୍କବାଦୀ ୟାସିନ ମଲ୍ଲିକଙ୍କ ପତ୍ନୀ
ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲେ ଆତଙ୍କବାଦୀ ୟାସିନ ମଲ୍ଲିକଙ୍କ ପତ୍ନୀ ମୁଶାଲ ହୁସେନ୍ ମଲ୍ଲିକ। ଜେଲରେ ଥିବା ସ୍ୱାମୀ ୟାସିନଙ୍କ ବିଷୟରେ ସଂସଦରେ ପ୍ରସଙ୍ଗ ଉଠାଇବାକୁ ଚିଠିରେ ମୁଶାଲ ଅନୁରୋଧ କରିଥିବା ଜଣାପଡିଛି। ଜମ୍ମୁ କଶ୍ମୀରରେ ଶାନ୍ତି ବଜାୟ ରଖିବାରେ ତାଙ୍କ ସ୍ୱାମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ବୋଲି ମୁଶାଲ ଦାବି କରିଛନ୍ତି। ଏଥିସହ ମିଥ୍ୟା ମାମଲାରେ ତାଙ୍କ ସ୍ୱାମୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ଏହି ଚିଠିରେ ମୁଶଲ ହୁସେନ୍ ତାଙ୍କ ସ୍ୱାମୀଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ଏବଂ ୟାସିନ୍ ମଲିକଙ୍କ ପ୍ରସଙ୍ଗ ସଂସଦରେ ଉଠାଇବାକୁ ନିବେଦନ କରିଛନ୍ତି। ୟାସିନ ମଲିକଙ୍କ ମୁକ୍ତି ପାଇଁ ସେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଉଦ୍ୟମ କରିବାକୁ କହିଥିଲେ କାରଣ ସେ ବିଶ୍ୱାସ କରନ୍ତି ଯେ ଜାମ୍ମୁ କାଶ୍ମୀରରେ ଶାନ୍ତି ଫେରାଇ ଆଣିବାରେ ସେ ସହଯୋଗ କରିପାରିବେ।
ମୁଶାଲ ନିଜ ଚିଠିରେ ଲେଖିଛନ୍ତି ଯେ ଜେଲରେ ଥିବା ଅମାନୁଷିକ ବ୍ୟବହାରକୁ ବିରୋଧ କରି ୟାସିନ ନଭେମ୍ବର ୨ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ଅଛନ୍ତି। ସିଏ ଅସ୍ତ୍ର ଛାଡି ଅହିଂସା ପଥ ଅନୁସରଣ କରିଛନ୍ତି। ଏହି ଅନଶନ ମଲ୍ଲିକଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇବ। ଏହାଦ୍ୱାରା ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି।

ମୁଶାଲ ରାହୁଲ ଗାନ୍ଧିଙ୍କ ନିକଟକୁ ଲେଖିଥିବା ଚିଠିରେ ୨୦୧୯ ମସିହାରୁ ବିଜେପି ସରକାର ୟାସିନ ମଲ୍ଲିକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ମଲ୍ଲିକଙ୍କୁ ୩୫ ବର୍ଷ ପୁରୁଣା ମାମଲାରେ ଫସାଇ ଦିଆଯାଇଛି। ତାଙ୍କ ବିରୋଧରେ ମକଦ୍ଦମା ଚାଲଛି। ବର୍ତ୍ତମାନ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଏନଆଇଏ ତାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରୁଛି। ତେଣୁ ମୁଁ ଆପଣଙ୍କୁ(ରାହୁଲ ଗାନ୍ଧି) ଅନୁରୋଧ କରୁଛି ଯେ ସଂସଦରେ ଆପଣଙ୍କ ଉଚ୍ଚ ନୈତିକ ଏବଂ ରାଜନୈ ତିକ ପ୍ରଭାବ ବ୍ୟବହାର କରନ୍ତୁ। ୟାସିନ ମଲ୍ଲିକଙ୍କ ମାମଲା ଉପରେ ଆଲୋଚନା ଯାହା ଦ୍ୱାରା ଜାମ୍ମୁ କାଶ୍ମୀରରେ ଦେଖାଣିଆ ନୁହେଁ, ପ୍ରକୃତ ଶାନ୍ତି ଫେରିପାରିବ ବୋଳି କୁଶାଲ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି।












Click it and Unblock the Notifications