ମୁର୍ଶିଦାବାଦରେ ଥମୁନି ୱାକଫ ହିଂସା ୩ ମୃତ, ୧୧୮ ଗିରଫ

ୱାକଫ୍‌ ସଂଶୋଧନ ଆଇନକୁ କେନ୍ଦ୍ରକରି ଶନିବାର ପଶ୍ଚିମବଙ୍ଗର ମୁସଲମାନ ବହୁଳ ମୁର୍ଶିଦାବାଦ ଜିଲାରେ ସାନି ହିଂସାକାଣ୍ଡ ଘଟିଛି। ଏଥିରେ ତିନି ଜଣ ପ୍ରାଣ ହରାଇଥିବାବେଳେ ଦୁଇ ପୁଲିସ ସମେତ ୧୭ ଜଣ ଆହତ ହୋଇଛନ୍ତି। ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସରକାର କୌଣସି ପରିସ୍ଥିତିରେ ଏହି ଆଇନକୁ କାର୍ଯ୍ୟକାରୀ କରିବେ ନାହିଁ। ପୁଲିସ ଏହି ଘଟଣାରେ ୧୧୮ ଜଣଙ୍କୁ ଗିରଫ କରିଥିବାବେଳେ ସମଗ୍ର ଜିଲାରେ ପ୍ରତିଷେଧାତ୍ମକ ଧାରା ୧୬୩ ଜାରି କରାଯାଇଛି।

Waqf

ଗୁଜବ ସୃଷ୍ଟିକାରୀଙ୍କ କବଳରୁ ଜନସାଧାରଣଙ୍କୁ ଦୂରେଇ ରଖିବାକୁ ଇଣ୍ଟରନେଟ ବ୍ୟବସ୍ଥାକୁ ସାମୟିକ ଭାବେ ବାତିଲ କରାଯାଇଛି। ମୁର୍ଶିଦାବାଦ ଜିଲାର ସୁତି ଓ ସମଶେରଗଞ୍ଜ ଅଞ୍ଚଳରେ ହିଂସାର ଅଧିକ ପ୍ରଭାବ ଦେଖିବାକୁ ମିଳିଥିବାରୁ ସେଠାରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ଏହି ଘଟଣାକୁ ନେଇ ରାଜ୍ୟରେ ଟିଏମ୍‌ସି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଟିଏମ୍‌ସି ଏହି ହିଂସାକୁ ଉସ୍‌କାଉଥିବା ବିଜେପି ଅଭିଯୋଗ କରୁଥିବାବେଳେ ଟିଏମ୍‌ସି ଏହାକୁ ଖଣ୍ଡନ କରିଛି।
ସୂଚନାଯୋଗ୍ୟ ୱାକଫ୍‌ ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବା ପରଠାରୁ ଦେଶର ବିଭିନ୍ନ ସ୍ଥାନରେ ମୁସଲମାନ ସଂପ୍ରଦାୟ ଓ ସଂଗଠନ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏପ୍ରିଲ ୮ରୁ ମୁର୍ଶିଦାବାଦ ଜିଲାରେ ଏହି ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶିତ ହୋଇଆସୁଥିବାବେଳେ ଶୁକ୍ରବାର ଏହା ଉଗ୍ରରୂପ ଧାରଣ କରିଥିଲା। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ବାପ-ପୁଅ ଯୋଡି ପ୍ରାଣ ହରାଇଛନ୍ତି। ମୁର୍ଶିଦାବାଦ ବ୍ୟତୀତ ମାଲଦା, ଦକ୍ଷିଣ ଚବିଶ ପ୍ରଗଣା ଏବଂ ହୁଗୁଳି ଜିଲାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶିତ ହୋଇଥିବା ସୂଚନା ମିଳିଛି। ବିକ୍ଷୋଭକାରୀମାନେ ପୁଲିସ ଭ୍ୟାନ୍‌ ସମେତ ଏକାଧିକ ଯାନବାହନରେ ନିଆଁ ଲଗାଇ ଦେଇଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ଲାଠିଚାଳନା ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିବାବେଳେ ପୁଲିସକୁ ଫାଙ୍କା ଗୁଳିଚାଳନା ମଧ୍ୟ କରିବାକୁ ପଡିଥିଲା। କଲକାତା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ହିଂସା ପ୍ରଭାବିତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବାକୁ ବିଏସଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି। ବିରୋଧୀ ଦଳ ନେତା ବିଜେପିର ଶୁଭେନ୍ଦୁ ଅଧିକାରୀ ଏହି ପ୍ରସଙ୍ଗରେ ମାମଲାର ତଦନ୍ତ ଭାର ଏନଆଇଏ ଉପରେ ନ୍ୟସ୍ତ କରିବାକୁ ଦାବି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+