ୱକଫ୍ ବିଲକୁ ବିରୋଧ କରି ଜଳୁଛି ମୁର୍ଶିବାବାଦ: ହିନ୍ଦୁଙ୍କ ଉପରେ କରାଯାଉଛି ଆକ୍ରମଣ, କାହିଁକି ଚୁପ୍ ଅଛନ୍ତି ମମତା ବାନାର୍ଜୀ

Murshidabad Violence:ମୁର୍ଶିଦାବାଦରେ ୱକଫ୍ ବିଲକୁ ବିରୋଧ କରି ଘଟିଥିବା ଭୟାନକ ହିଂସା ଯୋଗୁଁ ପରିସ୍ଥିତି ବିସ୍ଫୋରକ ରହିଛି । ଧାର୍ମିକ ସମ୍ପତ୍ତିରେ ସ୍ୱଚ୍ଛତା ଆଣିବା ପାଇଁ ବିଜେପି ଦ୍ୱାରା ଏକ ସାହସିକ ପଦକ୍ଷେପ ଭାବରେ ଉପସ୍ଥାପିତ ୱାକଫ ସଂଶୋଧନ ଆଇନ 2025 ବିରୁଦ୍ଧରେ ଦେଶବ୍ୟାପୀ ମୌଳବାଦୀ ଗୋଷ୍ଠୀଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଶୁକ୍ରବାର ପ୍ରାର୍ଥନା ପରେ ଘଟିଥିବା ଦଙ୍ଗାରେ ହିନ୍ଦୁ ପରିବାରକୁ ଟାର୍ଗେଟ କରାଯାଇଥିଲା,ଦୋକାନ ଲୁଟ କରାଯାଇଥିଲା ଏବଂ ଲୋକଙ୍କୁ ଘରୁ ଛାଡିବାକୁ ବାଧ୍ୟ କରାଯାଉଥିବା ପରି ଘଟଣା ସାମ୍ନାକୁ ଆସିଛି । ଏପରିକି ପଥର ମାଡ଼ କରିବା ସହ ପୋଡ଼ାଜଳା ଏବଂ ହିନ୍ଦୁମାନଙ୍କୁ ଖୋଲା ଧମକ ମଧ୍ୟ ଦିଆଯାଇଥିଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ହେଲେ ସ୍ଥିତି ସୁଧୁରିବାର ନାଁ ନେଉ ନାହିଁ ।

Mamata Banerjee

ହିଂସା ପ୍ରଭାବିତ ଅଞ୍ଚଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି କହୁଛନ୍ତି"ଆମେ କ୍ଷମତାକୁ ଆସିଲେ, ଆମେ ସେମାନଙ୍କ ହିସାବ ନେବୁ।"

ଏପରିସ୍ଥିତିରେ ରାଜ୍ୟରେ ଶାହକ ଦଳ ଚୁପ୍ ଅଛି । ଯାହାକୁ ନେଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ, ସୁକାନ୍ତ ମଜୁମଦାର, ଦିଲୀପ ଘୋଷ ଏବଂ ବିଚାରପତିରୁ ସାଂସଦ ହୋଇଥିବା ଅଭିଜିତ ଗଙ୍ଗୋପାଧ୍ୟାୟ ଟିଏମସିର ନୀରବତା ନେଇ ପ୍ରଶ୍ନ ଉଠାଇଛନ୍ତି । ସେହିପରି ବିଜେପି ନେତା ମାନେ ଅଭିଯୋଗ ଆଣିଛନ୍ତି ଯେ, ରାଜ୍ୟର କିଛି କିଛି ସ୍ଥାନରେ ହିନ୍ଦୁମାନଙ୍କୁ ଘର ଛାଡିବାକୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ ଆସିଛ

ବିଜେପି କହିଛି, ପୂଜାସ୍ଥଳଗୁଡ଼ିକୁ ଅପବିତ୍ର କରାଯାଇଥିଲା, ଲୋକଙ୍କୁ ସ୍ଥାନାନ୍ତର କରିବାକୁ ବାଧ୍ୟ କରାଯାଇଥିଲା ଏବଂ ପୋଡ଼ାଜଳା ଭଳି ଘଟଣା ଘଟିଥିଲା। ବିଜେପି ରାଜ୍ୟ ସରକାରଙ୍କ ନୀରବତା ଏବଂ ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଇ କହିଛି, "ହିନ୍ଦୁମାନଙ୍କୁ କାହିଁକି ସୁରକ୍ଷା ଦିଆଗଲା ନାହିଁ? ଏଭଳି କାର୍ଯ୍ୟକୁ କିଏ ଅନୁମତି ଦେଲା?"

ମୁର୍ଶିଦାବାଦରେ ସବୁଠାରୁ ଭୟଙ୍କର ହିଂସା ଘଟିଥିଲା ସେହିପରି ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ପାଟନା, ସିଲଚର, ଲକ୍ଷ୍ନୌ ଏବଂ ତାମିଲନାଡୁର ହୋସୁର ଭଳି ସହରରେ ମଧ୍ୟ ପ୍ରତିବାଦ କରାଯାଇଥିଲା । ହାଇଦ୍ରାବାଦରେ ପ୍ରଦର୍ଶନକାରୀମାନେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଏହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଆସାମର ସିଲଚରରେ ପ୍ରତିବାଦ ହିଂସାତ୍ମକ ରୂପ ନେଇଥିଲା । ପୋଲିସ ଏବଂ ପ୍ରତିବାଦ କରୁଥିବା ଲୋକଙ୍କ ମଧ୍ୟରେ
ସଂଘର୍ଷ ଘଟିଲା ।

ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଏହି ହିଂସାକୁ "ରାଜ୍ୟ ପ୍ରାୟୋଜିତ" ବୋଲି ବର୍ଣ୍ଣନା କରିଛନ୍ତି ଏବଂ ମନ୍ଦିର ଭଙ୍ଗାରୁଜା, ବଳପୂର୍ବକ ସ୍ଥାନାନ୍ତର ଏବଂ ପୋଡ଼ାଜଳାର ମୁଖ୍ୟ କାରଣ ଟିଏମସି ବୋଲି କହିଛନ୍ତି । ଆଇନ ପ୍ରତ୍ୟାହାର କରାଯିବ ନାହିଁ। ପ୍ରବଳ ଚାପ ସତ୍ତ୍ୱେ, ମୋଦି ସରକାର ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ। କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି ଏବଂ ଏବେ ଆଇନ ଶୃଙ୍ଖଳା ଏବଂ ଧାର୍ମିକ ଦୁର୍ନୀତି ସଫା କରିବା ଉପରେ ଧ୍ୟାନ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+