ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ସଫଳ ଉତକ୍ଷେପଣ ନେଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଟୁଇଟ କରି ଲେଖିଛନ୍ତି ଯେ, ମହାକାଶ ଅନୁସନ୍ଧାନରେ ଭାରତ ସଫଳତାର ସହ ଚନ୍ଦ୍ରଯାନ-୩ ଲଞ୍ଚ କରିଛି। ISRO ଏବଂ ଯେଉଁମାନେ ଏହି ସଫଳତା ହାସଲ କରିବାକୁ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସେମାନଙ୍କୁ ଅଭିନନ୍ଦନ। ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ଦିଗରେ ଏହା ଦେଶର ଅଦମ୍ୟ ପ୍ରତିବଦ୍ଧତାକୁ ଦର୍ଶାଉଛି । ଚନ୍ଦ୍ର ମିଶନର ସଫଳତା ପାଇଁ ମୋର ଶୁଭେଚ୍ଛା।
India successfully launches Chandrayaan-3 marking another significant milestone in space exploration.
Heartiest congratulations to the @ISRO team and everyone who worked relentlessly to accomplish the feat!
It demonstrates the nation's unwavering commitment to advancement in…
— President of India (@rashtrapatibhvn) July 14, 2023
ସେହିପରି ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, 'ପ୍ରତି ଭାରତୀୟଙ୍କ ସ୍ୱପ୍ନ ଓ ଅଭିଳାଷକୁ ନେଇ ଉପରକୁ ଉଠିଛି ଚନ୍ଦ୍ରୟାନ-୩' । ଏହି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ଆମ ବୈଜ୍ଞାନିକଙ୍କ ନିରନ୍ତର ଉତ୍ସର୍ଗର ଉଦାହରଣ। ମୁଁ ସେହି ବୈଜ୍ଞାନିକଙ୍କ ଇଚ୍ଛାଶକ୍ତି ଓ ପ୍ରତିଭାକୁ ସଲାମ୍ କରୁଛି।
Chandrayaan-3 scripts a new chapter in India's space odyssey. It soars high, elevating the dreams and ambitions of every Indian. This momentous achievement is a testament to our scientists' relentless dedication. I salute their spirit and ingenuity! https://t.co/gko6fnOUaK
— Narendra Modi (@narendramodi) July 14, 2023
ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି।ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ, ଭାରତକୁ ଗର୍ବିତ କରିଥିବାରୁ ISRO ଟିମ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ।

କକ୍ଷପଥରେ ପହଞ୍ଚିବା ପରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ରିସର୍ଚ୍ଚ ସେଣ୍ଟରରେ ସେଲିବ୍ରେସନ ଦେଖିବାକୁ ମିଳିଛି। କକ୍ଷପଥରେ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପରେ ISRO ରେ ଖୁସି। ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ ପି ବିରମୁଥୁବେଲ ଏବଂ ଆଇଏସଆରଓ ମୁଖ୍ୟ ଏସ ସୋମନାଥଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଥିଲା।












Click it and Unblock the Notifications