ପାଟନା ହସପିଟାଲରେ ହତ୍ୟା ମାମଲା, ୫ ଗିରଫ

ବିହାର ପାଟନାର ପାରସ ହସ୍ପିଟାଲରେ ଗୁରୁବାର ସକାଳେ ହୋଇଥିବା ହତ୍ୟା ମାମଲାରେ ଏସଟିଏଫକୁ ବଡ଼ ସଫଳତା ମିଳିଛି । ପାଟନା ପୋଲିସ ଏବଂ ଏସଟିଏଫ ମିଳିବ ଉଦ୍ୟମରେ ଗ୍ୟାଙ୍ଗଷ୍ଟର ଚନ୍ଦନ ମିଶ୍ରାଙ୍କ ହତ୍ୟାକାଣ୍ଡ ଅଭିଯୁକ୍ତକୁ ପଶ୍ଚିମବଙ୍ଗରୁ ୫ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେମାନଙ୍କୁ ପଚରାଉଚରା କରାଯାଉଛି ।

Patna

ଖବର ମୁତାବକ, ଗୁରୁବାର ଦିନ ପାଟନାର ଏକ ଘରୋଇ ହସ୍ପିଟାଲ ଭିତରେ ଗୁଳିମାଡ଼ ହୋଇଥିଲା । ହସ୍ପିଟାଲ ଭିତରେ ପାରୋଲରେ ଥିବା ଜଣେ କଏଦୀଙ୍କୁ ୫ ଜଣ ଅଜଣା ଲୋକ ଗୁଳି କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକି ଏବେ ବିହାରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଥିଲା । ଏହାରି ମଧ୍ୟରେ ପୋଲିସ ତତ୍ପରତା ଦେଖାଇ ୨୪ ଘଣ୍ଟା ଭିତରେ ଏସଟିଏଫର ମିଳିତ ଉଦ୍ୟମରେ ୫ ଜଣଙ୍କୁ ଗିରଫ କରିଛି ।

ପୋଲିସର ସୂଚନା ଅନୁଯାୟୀ, ସହରର ରାଜା ବଜାର ଅଞ୍ଚଳର ପାରସ ହସ୍ପିଟାଲରେ ଏହି ଗୁଳିକାଣ୍ଡ ଘଟିଥିଲା । ବକ୍ସର ଜିଲ୍ଲାର ଏକ ହତ୍ୟା ମାମଲାର ଅଭିଯୁକ୍ତ ଚନ୍ଦନ ମିଶ୍ରା ନାମକ ପୀଡିତଙ୍କୁ ବେଉର ଜେଲରୁ ମେଡିକାଲ ପାରୋଲରେ ମୁକ୍ତ କରାଯାଇଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଘଟଣାର ସିସିଟିଭି ଫୁଟେଜରେ ପାଞ୍ଚ ଜଣ ସଶସ୍ତ୍ର ବ୍ୟକ୍ତି ଦିନ ଦି'ପ୍ରହରେ ହସ୍ପିଟାଲ ପରିସରରେ ପ୍ରବେଶ କରି କଏଦୀଙ୍କ ଉପରେ ଗୁଳି ଚଳାଉଥିବାର ଦେଖାଯାଇଥିଲା । ଏହି ହତ୍ୟାକାଣ୍ଡରେ ତୌସିକ ବାଦଶାହ, ବଳବନ୍ତ, ଅଭିଷେକ, ମୋନୁ ସିଂହ, ନିଲେଶ, ସୂର୍ଯ୍ମାନ, ନୀଶୁ ସହିତ ୧୦ ଜଣ ସୁଟରଙ୍କ ନାମ ସାମ୍ନାକୁ ଆସିଛି । ଘଟଣା ପରେ ଅଭିଯୁକ୍ତ ପଶ୍ଚିମବଙ୍ଗ ଫେରାର ହୋଇଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+