Get Updates
Get notified of breaking news, exclusive insights, and must-see stories!

ମୁଣ୍ଡକା ଫାୟାର ଟ୍ରାଜେଡି: ବିଲ୍ଡିଂ ମାଲିକ ଗିରଫ

ପୋଲିସ ହାତରେ ମୁଣ୍ଡକା ଫାୟାର ଟ୍ରାଜେଡି ଘଟିଥିବା କୋଠା ମାଲିକ । ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟ 4 ମହଲା କୋଠାରେ ଘଟିଥିଲା ଭୟଙ୍କର ଅଗ୍ନୀକାଣ୍ଡ ।

ନୂଆଦିଲ୍ଲୀ: ପୋଲିସ ହାତରେ ମୁଣ୍ଡକା ଫାୟାର ଟ୍ରାଜେଡି ଘଟିଥିବା କୋଠା ମାଲିକ । ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟ 4 ମହଲା କୋଠାରେ ଘଟିଥିଲା ଭୟଙ୍କର ଅଗ୍ନୀକାଣ୍ଡ । ବର୍ତ୍ତମାନ ଏହି ଘଟଣାରେ ମୃତକଙ୍କ ସଂଖ୍ୟା 30କୁ ବୃଦ୍ଧି ପାଇଛି। ଗୁରୁତରମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଘଟଣା ପରେ ବିଲ୍ଡିଂ ମାଲିକ ଫେରାର ଥିଲା ।

Arrest

ଅଗ୍ନିକାଣ୍ଡ ପରେ ଏବେ ବି ବହୁ ଲୋକ ନିଖୋଜ ଥିବା ବେଳେ ସେମାନଙ୍କ ପତ୍ତା ପାଉ ନାହାନ୍ତି ପରିବାର ଲୋକ । ନିଜ ଲୋକଙ୍କୁ ଖୋଜିବାକୁ ସମ୍ପର୍କୀୟମାନେ ଏ ମେଡିକାଲ୍‌ରୁ ସେ ମେଡିକାଲକୁ ଘୁରି ବୁଲୁଛନ୍ତି । ଫଳରେ ସେମାନେ ଏବେ କେଉଁଠି ଓ କିପରି ଅଛନ୍ତି ତାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

mundka

ରେସକ୍ୟୁ ଅପରେସେନ ଶେଷ ହୋଇଥିଲେ ବି ଅଗ୍ନିଶମ କର୍ମଚାରୀ ବିଲଡିଂକୁ ଭଲ ଭାବେ ଯାଞ୍ଚ କରୁଛନ୍ତି । ଏହି ବିଲଡିଂରେ ମୁଖ୍ୟତଃ ବିଭିନ୍ନ ଅଫିସର କାର୍ୟ୍ୟାଳୟ ରହିଛି। ନିଆଁ ଆଖି ପିଛୁଳାକେ ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା। ବିଲଡିଂରୁ ବାହାରିବାକୁ ଗୋଟିଏ ସିଡି ଥିବାରୁ ଉକ୍ତ ବାଟ ଦେଇ ସମସ୍ତେ ବାହାରିବା ସମ୍ଭବପର ହୋଇ ନ ଥିଲା। ଏଥିସହ ବିଲଡିଂର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନ ଥିବା ଯାଞ୍ଚ ବେଳେ ଜଣାପଡ଼ିଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ଏହି ଘଟଣାରେ ପୁଲିସ ପୂର୍ବରୁ 2 ଜଣଙ୍କୁ ଗିରଫ କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+