ଦିଲ୍ଲୀ ଫାୟାର ଟ୍ରାଜେଡି: ୨୭ ମୃତ, ୪୦ ଗୁରୁତର ଉଦ୍ଧାର

ଦିଲ୍ଲୀର ଚାରି ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନୀକାଣ୍ଡରେ ୨୭ ଜଣ ଜୀବନ୍ତ ଦଗ୍ଧ। ବର୍ତ୍ତମାନ ସୁଦ୍ଧା ନିଆଁ ଭିତରୁ ପ୍ରାୟ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି।

ନୂଆଦିଲ୍ଲୀ: ଦିଲ୍ଲୀର ଚାରି ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନୀକାଣ୍ଡରେ ୨୭ ଜଣ ଜୀବନ୍ତ ଦଗ୍ଧ। ବର୍ତ୍ତମାନ ସୁଦ୍ଧା ନିଆଁ ଭିତରୁ ପ୍ରାୟ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଆହୁରି ଲୋକ ନିଆଁରେ ଫସି ରହିଥିବା ସନ୍ଦେହ। ସେମାନଙ୍କୁ ଉଦ୍ଧାରକାରୀ ଟିମ୍ ଦ୍ଵାରା ବାହାର କରାଯାଉଛି। ଗୁରୁତର ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Delhi fire incident

ସୂଚନା ଅନୁସାରେ ,ଶୁକ୍ରବାର ସଂଧ୍ୟାରେ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏହି ଚାରି ମହାଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ କୌଣସି ହଠାତ୍ ନିଆଁ ଲାଗି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଏନେଇ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ନିଆଁ ଲିଭା କାର୍ଯ୍ୟରେ ୨୦ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଛନ୍ତି।

Fire Incident
MODI

ତେବେ ଏହି ଫାୟର ଟ୍ରାଜେଡିରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟୁଇଟ୍ କରି ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କ ପରିବାରକୁ ୫୦ ହାଜର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି।

CM
KOVIND

ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ଅଗ୍ନିଶମ ବିଭାଗ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି। ଭଗବାନ ସମସ୍ତଙ୍କ ଜୀବନ ବଞ୍ଚାଇ ଦିଅନ୍ତୁ। ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ମଧ୍ଯ ଏହି ଦୁର୍ଘଟଣା ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+