ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନୟକ ମନ୍ଦିରକୁ ରେକର୍ଡ ଦାନ ବର୍ଷକରେ ୧୩୩ କୋଟି ଟଙ୍କା ଦାନ
ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର । ସିଦ୍ଧିବିନାୟକ ମନ୍ଦିରରେ ସବୁବେଳେ ଲକ୍ଷ ଲକ୍ଷ ଭକ୍ତମାନଙ୍କ ଭିଡ ଲାଗି ରହିଥାଏ। । ବର୍ଷ ୨୦୨୪-୨୫ରେ ସବୁଠୁ ଅଧିକ ଦାନ ପାଇଥିବା ମନ୍ଦିର ହୋଇଛି ସିଦ୍ଧି ବିନାୟକ । ମନ୍ଦିର ଟ୍ରଷ୍ଟର ସୂଚନା ଅନୁସାରେ ଏଥରକ ବାର୍ଷିକ ଦାନରୁ ମିଳିଛି ୧୩୩ କୋଟି ମାର୍ଚ୍ଚ ୩୧ ତାରିଖରେ ଟ୍ରଷ୍ଟ୍ର ଅଧ୍ୟକ୍ଷ ସଦାନନ୍ଦ ସର୍ବାଙ୍କର ଦ୍ବାରା ଚାଳିତ ପରିଚାଳନା କମିଟି ଏହି ବାର୍ଷିକ ବଜେଟ୍ ରିପୋର୍ଟ ପ୍ରଦାନ କରିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଦାନ ବ୍ୟତୀତ ମନ୍ଦିର ପାଣ୍ଠିକୁ ଲଡୁ ବିକ୍ରି, ନଡ଼ିଆ ବିକ୍ରି ଓ ପୂଜା ବିଦ୍ଧି ଆଦି ବିଭିନ୍ନ ଦିଗରୁ ଟଙ୍କା ମିିଳିଥାଏ।

ଅନୁମାନ କରାଯାଉଛି ବର୍ଷ ୨୦୨୫-୨୬ ରେ ଏହା ଦେଢ ଶହ କୋଟି ପାର ହୋଇପାରେ । ନଗଦ ଦାନ ସହ ଦେଶବିଦେଶରୁ ଅନଲାଇନ ଦାନ ମଧ୍ୟ ମିଳିଥାଏ । ପ୍ରସିଦ୍ଧ ସିଦ୍ଧି ବିନାୟକଙ୍କ ଭକ୍ତଙ୍କ ତାଲିକା କିଛି କମ ନୁହେଁ । ସାଧାରଣ ଭକ୍ତଠୁ ନେଇ ସେଲିବ୍ରେଟି । ଆଶୀର୍ବାଦ ପାଇଁ ଗଣପତିଙ୍କ ଶରଣାପନ୍ନ ହୁଅନ୍ତି।












Click it and Unblock the Notifications