ପୁଣି ବୋମା ବିସ୍ଫୋରଣର ଧମକ; ମୁମ୍ବାଇ ନାୟର ହସପିଟାଲକୁ.....

ମୁମ୍ବାଇର ନାୟର ହସପିଟାଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଧମକ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯିବା ପରେ ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୬ତାରିଖ ବିଳମ୍ବିତ ରାତିରେ ନାୟାର ହସ୍ପିଟାଲ ଏବଂ ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବାର ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଯାଇଥିଲା। ନାୟାର ହସ୍ପିଟାଲର ଡିନ୍ ରାତି ପ୍ରାୟ ୧୧ଟା ସମୟରେ ଏକ ଧମକପୂର୍ଣ୍ଣ ମେଲ୍ ପାଇଥିଲେ, ଯାହା ପରେ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା। ସେହି ସମୟରେ, ବିମାନବନ୍ଦରର ଶୌଚାଳୟରେ ବୋମା ଥିବା ଦାବି କରାଯାଇଥିଲା। ମେଲ୍ ପାଇବା ମାତ୍ରେ, ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲା ଏବଂ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ସଙ୍ଗେସଙ୍ଗେ ତଦନ୍ତ ଆରମ୍ଭ କରିଥିବା ସତ୍ତ୍ବେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳି ନଥିଲା।

muumbai

ତେବେ ଗତ କିଛିଦିନ ପୂର୍ବରୁ ମୁମ୍ବାଇର ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା । ଏହାପରେ ଏୟାରପୋର୍ଟ ସୁରକ୍ଷାକର୍ମୀ ସତର୍କତାର ସହିତ ସଂପୂର୍ଣ୍ଣ ବିମାନବନ୍ଦରରେ ସନ୍ଧାନ କରିଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ଘଟଣା ସ୍ଥଳରେ ଆତଙ୍କ ଖେଳିଯାଇଥିଲା । ପୋଲିସ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ କିଛି ବି ସନ୍ଦିଗ୍ଧ ଜିନିଷ ମିଳିନଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+