ସିଦ୍ଧିବିନାୟକ ମନ୍ଦିର ପ୍ରସାଦରେ ମୂଷା! ଟ୍ରଷ୍ଟ କହିଲା .....
ମୁମ୍ବାଇ : ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାକୁ ନେଇ ବିବାଦ ଥମି ନ ଥିବା ବେଳେ ଦେଶର ବହୁ କୋଟି ଗଣେଶ ଭକ୍ତଙ୍କ ଆସ୍ଥା କେନ୍ଦ୍ର ଭାବେ ପରିଚିତ ମୁମ୍ବାଇର ସିଦ୍ଧି ବିନାୟକ ଗଣପତି ମନ୍ଦିରର ପ୍ରସାଦ ପ୍ୟାକେଟରେ ମୂଷା ଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ମହାରାଷ୍ଟ୍ର ମୁମ୍ବାଇର ପ୍ରସିଦ୍ଧ ମନ୍ଦିର ସିଦ୍ଧିବିନାୟକର ପ୍ରସାଦର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ । ସିଦ୍ଧିବିନାୟକ ମନ୍ଦିରର ପ୍ରସାଦ ରୂପେ ଦିଆଯାଉଥିବା ଲଡୁ ପ୍ୟାକେଟରେ ମୂଷାଛୁଆ ମିଳିଥିବା ଅଭିଯୋଗ ହୋଇଛି ।
ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାହାର ଭିଡିଓ । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ(ଏସ୍ଏସ୍ଜିଟି)। ଶିବସେନା ନେତା ତଥା ମନ୍ଦିର ଟ୍ରଷ୍ଟର ସଭାପତି ସଦା ସର୍ବଣକର କହିଛନ୍ତି ଯେ ଏହା କେବଳ ଏକ ଭାଇରାଲ ଭିଡିଓ। ଏଥିରେ କୌଣସି ସତ୍ୟତା ନାହିଁ। ପ୍ରତିଦିନ ଲକ୍ଷ ଲକ୍ଷ ଲଡୁ ବଣ୍ଟା ଯାଉଛି ।

ଭିଡ଼ିଓରେ ଦେଖାଯାଇଥିବା ସ୍ଥାନ ମନ୍ଦିର କମ୍ପ୍ଲେକ୍ସର ଅଂଶ ନୁହେଁ । ଏହା ମନ୍ଦିରର ଭାବମୂର୍ତ୍ତିକୁ ଖରାପ କରିବାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ।ଘଟଣାର ତଦନ୍ତ ଆରମ୍ଭ ହୋଇ ସାରିଛି। ତଦନ୍ତରେ ମନ୍ଦିରରେ ଲାଗିଥିବା ସମସ୍ତ ସିସିଟିଭିକୁ ଯାଞ୍ଚ କରାଯିବ ବୋଲି ସର୍ବନକର କହିଛନ୍ତି। ତଦନ୍ତ ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଡିସିପି ର଼୍ୟାଙ୍କ୍ର ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ବୋଲି ସେ ସୂଚନା ଦେଇଛି।
ଯଦି କେହି ଦୋଷୀ ମିଳିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ ଭିଡିଓ କ୍ଲିପ୍ କେବେର ତାହା ତଦନ୍ତରୁ ସ୍ପଷ୍ଟ ହେବ। ତେବେ କେହିଜଣେ ଲଡ଼ୁ ଥିବା ପ୍ଲାଷ୍ଟିକ ବ୍ୟାଗ୍ଗୁଡ଼ିକ ମଧ୍ୟରେ ମୂଷା ଛାଡ଼ିଦେଇଥିବା ନେଇ ମଧ୍ୟ ସର୍ବନକର ସନ୍ଦେହ ପ୍ରକାଶ କରିଛନ୍ତି। ମନ୍ଦିର ଟ୍ରଷ୍ଟ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ମଧ୍ୟ ହୋଇପାରେ। ପୂର୍ବରୁ ମଧ୍ୟ ବିଭିନ୍ନ ଅସାମାଜିକ ତତ୍ତ୍ୱଙ୍କ ପକ୍ଷରୁ ଏପରି ପ୍ରୟାସ କରାଯାଇଛି।












Click it and Unblock the Notifications