ବର୍ଷାରେ ବେହାଲ ବାଣିଜ୍ୟନଗରୀ ମୁମ୍ବାଇ,ଯାତାୟାତ ଠପ୍

କେବେ କାହା ପାଇଁ ଅଟକୁଥିବା ସହରର ଗତିକୁ ଆଜି ରୋକି ଦେଇଛି ଜଳ । ବର୍ଷା ଯୋଗୁଁ ଆଜି ଠପ୍ ହୋଇଯାଇଛି ସ୍ୱପ୍ନର ସହର ମୁମ୍ବାଇର ଗତି । ପରିସ୍ଥିତି ଏପରି ଯେ ରାସ୍ତାଘାଟ ସବୁକିଛି ଜଳମଗ୍ନ । ଯୁଆଡେ ଚାହିଁବ ଖାଲି ପାଣି ହିଁ ପାଣି । ବୁଡ଼ିଯାଇଛି ରାସ୍ତା ଘାଟ, ବିମାନବନ୍ଦର ଓ ସହରର ଅନେକ ପ୍ରମୁଖ ସ୍ଥାନ । ଯେଉଁ ସହର ନିଜ ବୈଭବ ଉପରେ ଗର୍ବ କରେ ଆଜି ସେ ଜଳବନ୍ଦୀ । ସେଇଥିପାଇଁ ତ କୁହାଯାଏ ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ । ହଁ ଆଜ୍ଞା, ଆଜି ବର୍ଷାରେ ବେହାଲ ମାୟନଗରୀ ।

ତେବେ ଏହା ପ୍ରଥମ ଥର ନୁହେଁ, ମୁମ୍ବାଇରେ ପ୍ରତିବର୍ଷ ଏଭଳି ବର୍ଷା ହୁଏ ଏବଂ ଲୋକେ ନାନା ସମସ୍ୟାର ସମ୍ମୁଖୀନ ମଧ୍ୟ ହୁଅନ୍ତି । ହେଲେ ଚଳିତ ବର୍ଷ ମୁମ୍ବାଇରେ ତାଣ୍ଡବ ରଚିଛି ବର୍ଷା ଆଉ ଏଥିରେ ଚାଲିଯାଇଛି ୧୨ ଜଣଙ୍କ ଜୀବନ । ଘର, ସ୍କୁଲ, ଅଫିସ୍ ଠାରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ସବୁଠି ପାଣି ଜମି ରହିଛି । ଅନେକ ଅଞ୍ଚଳରେ ଘରର ପ୍ରଥମ ମହଲା ପର୍ଯ୍ୟନ୍ତ ପାଣି ପହଞ୍ଚିଛି । ପରିସ୍ଥିତି ଏମିତି ଯେ ମୁମ୍ବାଇର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ଏବଂ ଘରୋଇ କମ୍ପାନୀଗୁଡ଼ିକ କର୍ମଚାରୀମାନଙ୍କୁ ୱାର୍କ ଫର୍ମ ହୋମ୍ କରିବାକୁ କହିଛନ୍ତି ।

rain

ସ୍ଥାନୀୟ ଟ୍ରେନ୍ ଯାତାୟାତ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ମୁମ୍ବାଇରେ ବର୍ଷା ଯୋଗୁଁ ୨୫୦ ରୁ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କରୁଛି । ମୁମ୍ବାଇର ରାସ୍ତାଗୁଡ଼ିକ ୨ ରୁ ୪ ଫୁଟ ପାଣିରେ ବୁଡ଼ି ରହିଛି । ଜଳବନ୍ଦୀ ଯୋଗୁଁ ମୁମ୍ବାଇର ଅନ୍ଧେରୀ ସବୱେ ମଧ୍ୟ ବନ୍ଦ ରହିଛି । ମୁମ୍ବାଇ ଏବଂ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ନିରନ୍ତର ପ୍ରବଳ ବର୍ଷା ହେଉଛି । ଯାହା ବର୍ତ୍ତମାନ ସାଧାରଣ ଜୀବନଯାତ୍ରାକୁ ପ୍ରବାହିତ କରିଛି । ମୁମ୍ବାଇ, ଥାନେ, ପାଲଘର ଏବଂ ନଭି ମୁମ୍ବାଇର ଅନେକ ଅଞ୍ଚଳରେ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯାତାୟାତ ଏକପ୍ରକାର ଠପ୍ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+