ମୁମ୍ବାଇରେ ବର୍ଷା ବିତ୍ପାତ, ଜଳମଗ୍ନ ହେଲା ମାୟାନଗରୀ
ମୌସୁମୀ କେରଳ ଛୁଇଁବା ପରେ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ରାଜଧାନୀ ଦିଲ୍ଲୀ ବ୍ୟତୀତ ମୁମ୍ବାଇରେ ଗତକାଲି ଅଧରାତିରୁ ବର୍ଷା ଲାଗି ରହିଛି । ଫଳରେ ମେଟ୍ରୋ, ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ମେଟ୍ରୋ ଉପରେ ନିର୍ଭର କରିଥିବା ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ପାଣିପାଗ ବିଭାଗ ମୁମ୍ବାଇର ଏବଂ ସ୍ଥାନୀୟ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଆଲର୍ଟ ଜାରି କରିଛି ।
। ଝଡ଼ବର୍ଷା ଯୋଗୁ ବ୍ୟାପକ ଜଳବନ୍ଦୀ ହୋଇ ମୁମ୍ବାଇରେ ପରିବହନ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। କୁର୍ଲା, ସିଓନ, ଦାଦର ଏବଂ ପରେଲ ସମେତ ଅନେକ ତଳିଆ ଅଞ୍ଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ସୂଚନା ରହିିଛି। ସୋମବାର ଦିନ ପ୍ରତ୍ୟୁଷରେ ପାଣି ଘେରରେ ଗାଡ଼ିମଟର ଯାଉଥିବାର ଦୃଶ୍ୟ ଦେଖଇବାକୁ ମିଳିଥିଲା।

ପାଣିପାଗ କେନ୍ଦ୍ର ମୁମ୍ବାଇକୁ ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଥାନେ, ମୁମ୍ବାଇ, ରାୟଗଡ଼, ରତ୍ନଗିରି ଏବଂ ସିନ୍ଧୁଦୁର୍ଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ରବିବାର ମହାରାଷ୍ଟ୍ରରେ ମୌସୁମୀ ପ୍ରବେଶ କରିଛି। ଚଳିତ ବର୍ଷ ମୌସୁମୀ ଧାର୍ଯ୍ୟ ସମୟର ୧୦ ଦିନ ପୂର୍ବରୁ ରାଜ୍ୟରେ ପହଞ୍ଚିଛି। ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ୨୦୧୧ ପରଠାରୁ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ମହାରାଷ୍ଟ୍ରରେ ଏତେ ଶୀଘ୍ର ମୌସୁମୀ ପହଞ୍ଚିଛି। ଆଗାମୀ ୩ ରୁ ୪ ଦିନ ମଧ୍ୟରେ ମୁମ୍ବାଇରେ ପ୍ରବେଶ କରିପାରେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହା ପୂର୍ବରୁ, ୧୯୯୦ରେ ୨୦ ମେରେ ମୌସୁମୀ ମହାରାଷ୍ଟ୍ର ଛୁଇଁଥିଲା।












Click it and Unblock the Notifications