Mumbai Rain: ୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ମୁମ୍ବାଇ ବର୍ଷା

୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ମୁମ୍ବାଇ ବର୍ଷା । ସଅଳ ମୌସୁମୀ ସହ ଲଗାଣ ବର୍ଷା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଜନଜୀବନକୁ ପ୍ରଭାବିତ କରିଛି ।

ଲଗାଣ ବର୍ଷା ଯୋଗୁ ସୋମବାର ସହରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଫଳରେ ସହରରେ ଦୈନନ୍ଦିନ ଜୀବନଯାତ୍ରାରେ ବାଧା ଉପୁଜିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ମୁମ୍ବାଇରେ ପହଞ୍ଚିଛି।

Mumbai Rain Mumbai rainfall breaks 107-year record

ଗତ ୬୯ ବର୍ଷ ମଧ୍ୟରେ ମୁମ୍ବାଇରେ ମୌସୁମୀର ଆଗମନ ସବୁଠାରୁ ଶୀଘ୍ର ହୋଇଥିବା ଆଇଏମ୍‌ଡି କହିଛି। ମହାରାଷ୍ଟ୍ର ରାଜ୍ୟ ପାଣିପାଗ ବିଭାଗ ଅନୁଯାୟୀ, ସାଧାରଣତଃ ମୁମ୍ବାଇରେ ଜୁନ୍‌ ୧୧ରେ ମୌସୁମୀ ପହଞ୍ଚିଥାଏ। ତେବେ ଚଳିତ ଥର ୧୬ ଦିନ ପୂର୍ବରୁ ମୌସୁମୀ ପହଞ୍ଚିଛି। ପୂର୍ବରୁ ୧୯୫୬, ୧୯୬୨ ଏବଂ ୧୯୭୧ରେ ମେ' ୨୯ରେ ମୌସୁମୀ ମୁମ୍ବାଇ ଛୁଇଁଥିଲା। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ଆକଳନ କରି ଆଇଏମ୍‌ଡି ପକ୍ଷରୁ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଜିଲା ଠାଣେ, ରାୟଗଡ଼ ଏବଂ ରତ୍ନଗିରି ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି।

ବର୍ଷା ଯୋଗୁ ସହରର ପରିବହନ ଏବଂ ବିମାନ ଚଳାଚଳ ସେବା ବାଧାପ୍ରାପ୍ତ ହୋଇଛି। ମୁମ୍ବାଇରେ ୨୫୦ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ସ୍ପାଇସ୍‌ଜେଟ ଏବଂ ଏୟାରଇଣ୍ଡିଆ ଏୟାରଲାଇନ୍ସ ପକ୍ଷରୁ ନିଜ ପାସେଞ୍ଜରଙ୍କ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି। ମୁମ୍ବାଇକୁ ଯାଉଥିବା କିମ୍ବା ମୁମ୍ବାଇରୁ ଆସୁଥିବା ଯାତ୍ରୀମାନେ ନିଜ ନିଜ ଫ୍ଲାଇଟ ଷ୍ଟାଟସ୍‌ ଉପରେ ନଜର ରଖିବାକୁ ଏୟାରଲାଇନ୍ସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ସହରର ଟ୍ରେନ୍‌ ସେବା ମଧ୍ୟ ପ୍ରଭାବିତ ହୋଇଛି। ନବନିର୍ମିତ ଓ୍ବର୍ଲି ଭୂତଳ ମେଟ୍ରୋ ଷ୍ଟେଶନରେ ପାଣି ପଶି କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମୁମ୍ବାଇର ବିଭିନ୍ନ ସ୍ଥାନରେ ଥିବା ରେଳ ଟ୍ରାକ୍‌ରେ ପାଣି ଜମିଥିବାରୁ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନ୍‌ ବିଳମ୍ବରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଛି।

ସହରର କୁର୍ଲା, ସିଓନ, ଦାଦର, ପାରେଲ ଆଦି ତଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ମଧ୍ୟରେ ବ୍ରିହନ୍‌ମୁମ୍ବାଇ ମ୍ୟୁନିସପାଲ କର୍ପୋରେଶନ (ବିଏମ୍‌ସି) ଏବଂ ମହାରାଷ୍ଟ୍ର ହାଉସିଂ ଆଣ୍ଡ୍‌ ଏରିଆ ଡେଭଲପ୍‌ମେଣ୍ଟ ଅଥରିଟି (ଏମ୍‌ଏଚ୍‌ଏଡିଏ) ପକ୍ଷରୁ ସହରରେ ଥିବା ୯୬ଟି କୋଠାକୁ ବର୍ଷାଋତୁ ପାଇଁ ବିପଜ୍ଜନକ ଚିହ୍ନଟ କରାଯାଇ, ସେଠାରେ ରହୁଥିବା ୩,୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ମୁମ୍ବାଇରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+