ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ଡିସିପିଙ୍କ ଜୀବନ
ମୁମ୍ବାଇର ଡେପୁଟି କମିଶନର ସୁଧାକର ପଠାରେଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଟ୍ରେନିଂ ପାଇଁ ହାଇଦ୍ରାବାଦ ଯାଇଥିବା ସମୟରେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ମୁମ୍ବାଇ ପୋଲିସ ପଠାରେ । ତାଙ୍କ ମୃତ୍ୟୁ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଖବରମୁତାବକ, ସୁଧାକର ପଠାରେ ଦର୍ଶନ ପାଇଁ ହାଇଦ୍ରାବାଦର ଏକ ମନ୍ଦିରକୁ ଯାଉଥିଲେ ।

ଆନ୍ଧ୍ରପ୍ରଦେଶର ଶ୍ରୀଶୖଳମ୍ ନିକଟରେ ପ୍ରାୟ ଦିନ ୧୨ଟା ସମୟରେ ତାଙ୍କ କାରଟିକୁ ଏକ ଲୋକାଲ୍ ବସ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁଧାକର ପଠାରେଙ୍କ ସମେତ ତାଙ୍କ ବନ୍ଧୁ ଭଗବତ ଖୋଡେଇଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ହେତୁ ସେମାନଙ୍କ ମୁଣ୍ଡରେ ଏବଂ ଶରୀରରେ ଆଭ୍ୟାନ୍ତରୀଣ ଆଘାତ ଲାଗିଥିଲା । ଘଟଣାସ୍ଥଳରେ ତାଙ୍କର ଦେହାନ୍ତ ହୋଇଥିଲା ।












Click it and Unblock the Notifications