ଅନନ୍ତ-ରାଧିକାଙ୍କ ବିବାହରେ ବୋମା ! ଗୁଜୁରାଟ ଇଞ୍ଜିନିୟରଙ୍କୁ ଗିରଫ କଲା ପୋଲିସ

Bomb Threat in Ambani Wedding: ଜୁଲାଇ 12 ତାରିଖରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ଦେଶ-ବିଦେଶର ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । ଏହାରି ମଧ୍ୟରେ ବୋମାକୁ ନେଇ ଜଣେ ଯୁବକ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଥିଲେ । ଯାହା ପରେ ଗୁଜୁରାଟର ଜଣେ 32 ବର୍ଷିୟ ଇଞ୍ଜିନିୟରଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିବା ନେଇ ସୂଚନା ରହିଛି ।

Bomb Threat in Ambani Wedding

ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ ଗିରଫଦାରୀକୁ ନିଶ୍ଚିତ କରିଛନ୍ତି। ଇଞ୍ଜିନିୟର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଧମକ ଦେଇ ହାଇ ପ୍ରୋଫାଇଲ୍ ଇଭେଣ୍ଟରେ ବହୁ ଚିନ୍ତାର କାରଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅନନ୍ତ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ହୋଇଥିବାବେଳେ ରାଧିକା ମର୍ଚ୍ଚାଣ୍ଟ ଶିଳ୍ପପତି ବିରେନ ମର୍ଚ୍ଚାଣ୍ଟଙ୍କ ଝିଅ ।

ସୋସିଆଲ ମିଡିଆରେ ଏହି ପୋଷ୍ଟ FFSFIR ନାମକ ଜଣେ ଉପଭୋକ୍ତା ସେୟାର କରିଥିଲେ । ନିଜ ପୋଷ୍ଟରେ ସେ ଲେଖିଛନ୍ତି ଯେ ଯଦି ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ବୋମା ବିସ୍ଫୋରଣ ହୁଏ, ତେବେ ସମଗ୍ର ବିଶ୍ୱର ଅର୍ଥନୀତି ନଷ୍ଟ ହୋଇଯିବ। ସୋସିଆଲ ମିଡିଆ ପ୍ଲାଟଫର୍ମ X'ରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି 'ମୋ ମନକୁ ଏକ କଥା ଆସୁଛି ଯଦି ଅମ୍ବାନୀଙ୍କ ବିବାହରେ ବୋମା ବିସ୍ଫୋରଣ ହୁଏ, ତେବେ ଅଧା ଦୁନିଆ ଓଲଟପାଲଟ ହୋଇଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+