କୁନାଲ କାମରାଙ୍କୁ ଦ୍ୱିତୀୟ ସମନ ଜାରି କଲା ମୁମ୍ବାଇ ପୁଲିସ୍
ହାସ୍ୟାଭିନେତା କୁନାଲ କାମରାଙ୍କ ବିବାଦୀୟ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିିଥିଲା। ମୁମ୍ବାଇର ଖାର ପୁଲିସ୍ ଷ୍ଟେସନ ଦ୍ୱିତୀୟ ସମନ ଜାରି କରିଛି ଏବଂ ତାଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ କହିଛି। ପୂର୍ବରୁ ମୁମ୍ବାଇ ପୁଲିସ ହାସ୍ୟ ଅଭିନେତା କୁନାଲ କାମରାଙ୍କୁ ସମନ କରିଥିଲା ଏବଂ ମଙ୍ଗଳବାର ସକାଳ ୧୧ଟାରେ ହାଜର ହେବାକୁ କହିଥିଲା।

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ତାଙ୍କର 'ବିଶ୍ୱାସଘାତକ' ମନ୍ତବ୍ୟ ଏକ ବ୍ୟାପକ ବିବାଦ ସୃଷ୍ଟି କରିବାର କିଛି ଦିନ ପରେ ତାଙ୍କୁ ଦ୍ବିତୀୟ ସମନ ଜାରି କରାଯାଇଛି। ଯେତେବେଳେ କାମରା ତାଙ୍କ ଓକିଲଙ୍କ ମାଧ୍ୟମରେ ଗୋଟିଏ ସପ୍ତାହ ସମୟ ମାଗିଥିଲେ, ପୁଲିସ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା। ଖାର ପୁଲିସ ଷ୍ଟେସନରେ ଶିବସେନା ବିଧାୟକ ମୁରଜୀ ପଟେଲଙ୍କ ଅଭିଯୋଗ ଆଧାରରେ କାମରାଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ପରେ ମୁମ୍ବାଇ ପୁଲିସ ଏହି ସମନ ଜାରି କରିଛି। ହାସ୍ୟ ଅଭିନେତାଙ୍କ ବିରୋଧରେ ମାନହାନି ଅଭିଯୋଗ ଆସିଛି ଏବଂ ଡୋମ୍ବିଭଲି ପୁଲିସ ଷ୍ଟେସନରେ ମଧ୍ୟ ଏକ ଏଫଆଇଆର ରୁଜୁ ହୋଇଛି।












Click it and Unblock the Notifications