ରତନ୍‌ ଟାଟାଙ୍କୁ ହତ୍ୟା ଧମକ, କହିଲେ ସାଇରସ୍‌ ମିସ୍ତ୍ରୀ ଭଳି ଦଶା ଭୋଗିବେ

Mumbai Police received a threatening call regarding industrialist Ratan Tata: ଶିଳ୍ପପତି ରତନ ଟାଟାଙ୍କୁ ହତ୍ୟା ଧମକ । ରତନ ଟାଟାଙ୍କ ସୁରକ୍ଷା ବୃଦ୍ଧି କର ନଚେତ୍ ତାଙ୍କ ଅବସ୍ଥା ସାଇରସ୍ ମିସ୍ତ୍ରୀ ଭଳି କରାଯିବ ବୋଲି କହି ଜଣେ ଅଜଣା ବ୍ୟକ୍ତି ମୁମ୍ବାଇ ପୋଲିସକୁ ଫୋନ କରି ଧମକ ଦେଇଛି । ଧମକପୂର୍ଣ୍ଣ କଲ ପରେ ଚହଳ ସୃଷ୍ଟି ହେବା ସହ ରତନ ଟାଟାଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି ।

ଏପରି ଘଟଣା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ କେଉଁ ନମ୍ବରରୁ ଏବଂ କେଉଁ ସ୍ଥାନରୁ କଲ ଆସିଥିଲା ​​ତାହାର ଅନୁସନ୍ଧାନ ଆରମ୍ଭ କରିଥିଲା । ଯାହା ପରେ ଅଭିଯୁକ୍ତ ପୁଣେର ବୋଲି ସ୍ପଷ୍ଟ ହୋଇଛି । ବର୍ତ୍ତମାନ ଉକ୍ତ ବ୍ୟକ୍ତି ଜଣକ କର୍ଣ୍ଣାଟକରେ ଅଛି ବୋଲି ଜଣାପଡିଛି । ପଚରାଉଚରା ବେଳେ ଏହା ସ୍ପଷ୍ଟ ହୋଇଛି ଯେ, ଗତ ୫ ଦିନ ହେବ ଉକ୍ତ ବ୍ୟକ୍ତି ଜଣ ନିଖୋଜ ଅଛନ୍ତି । ଏନେଇ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।

Mumbai Police

ସେ ବ୍ୟକ୍ତି ଜଣକ ମାନସିକ ରୋଗରେ ପୀଡିତ ଅଛନ୍ତି । ଖାସ କଥା ହେଲା ଧମକ ଦେବା ପାଇଁ ସେ ଅନ୍ୟ ଜଣେ ବ୍ୟକ୍ତିଙ୍କଠୁ ଫୋନ୍ ଆଣିଥିଲେ । ତେବେ ବ୍ୟକ୍ତି ଜଣକ ମାନସିକ ରୋଗରେ ପୀଡ଼ିତ ଥିବାରୁ କାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ୨୦୨୨ ସେପ୍ଚେମ୍ବର ୪ ତାରିଖରେ ଏକ କାର୍ ଦୁର୍ଘଟଣାରେ ଟାଟାର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+