ମୁମ୍ବାଇରେ ପୁଣି ହୋଇପାରେ ଆତଙ୍କବାଦୀ ଆକ୍ରମଣ ! ହଠାତ୍ ବଢିଲା ସୁରକ୍ଷା ବ୍ୟବସ୍ଥା

Mumbai News: ଦେଶର ଆର୍ଥିକ ରାଜଧାନୀ ତଥା ମହାରାଷ୍ଟ୍ରର ମୁମ୍ବାଇ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ନଗର ପୋଲିସକୁ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରି କରିଛି ସେଣ୍ଟ୍ରାଲ ଏଜେନ୍ସି । ଏକ ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ସତର୍କତା ସୂଚନା ଜାରି କରାଯିବା ପରେ ସହରର ଧାର୍ମିକ ସ୍ଥାନ ତଥା ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।

ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, "ଜନଗହଳି ପୂର୍ଣ୍ଣ ସ୍ଥାନ ତଥା ଧାର୍ମିକ ସ୍ଥାନରେ ଆମକୁ" ମକ୍ ଡ୍ରିଲ୍ "କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ସମସ୍ତ ଡିସିପିଙ୍କୁ ନିଜ ନିଜ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି।" ଏହି ସମୟରେ ଜଣେ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ଦିନ କ୍ରାଉଫୋର୍ଡ ମାର୍କେଟ ଅଞ୍ଚଳରେ ପୋଲିସ ଏକ ମକ୍ ଡ୍ରିଲ୍ କରିଥିଲା। ଏହି ଅଞ୍ଚଳରେ ପ୍ରବଳ ଜନସମାଗମ ହୋଇଥାଏ ଏବଂ ସେଠାରେ ଦୁଇଟି ପ୍ରମୁଖ ଧାର୍ମିକ ସ୍ଥାନ ମଧ୍ୟ ରହିଛି ।

Mumbai Police

ମକ୍ ଡ୍ରିଲ ବିଷୟରେ ପୋଲିସ ଆନୁଷ୍ଠାନିକ ଭାବେ କହିଛି ଯେ ଏହା ଏକ ସୁରକ୍ଷା ଅଭ୍ୟାସ କିନ୍ତୁ ହଠାତ୍ କାହିଁକି ଏପରି କରାଯାଉଛି? ସେନେଇ କୌଣସି ସୂଚନା ଜାଣି କରାଯାଇ ନାହିଁ । ପୋଲିସ ଆହୁରି ମଧ୍ୟ କହିଛି ଯେ ଆଗାମୀ ପର୍ବ ତଥା ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ମକ୍ ଡ୍ରିଲ କରାଯାଇଛି । ସୂତ୍ର ଏହା ମଧ୍ୟ କହିଛି ଯେ ସହରର ସମସ୍ତ ମନ୍ଦିରକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଦେଲେ ତୁରନ୍ତ ରିପୋର୍ଟ କରିବାକୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+