କରୋନା, ମଙ୍କିପକ୍ସ ପରେ ସ୍ୱାଇନ୍ ଫ୍ଲୁ ଆତଙ୍କ, ମହାରାଷ୍ଟ୍ରରେ ହାଇ ଆଲର୍ଟ
ଦେଶରେ ଜାରି ରହିଛି ଗୋଟିଏ ପରେ ଗୋଟିଏ ମହାମାରୀର ଆତଙ୍କ। ପ୍ରଥମେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । କରୋନା ଡର ଥମି ନଥିବା ବେଳେ ଲୋକଙ୍କୁ ଡରାଉଛି ମଙ୍କିପକ୍ସ। ଆଉ ଏହି ଦୁଇ ଭୂତାଣୁ ନେଇ ଚିନ୍ତାରେ ଥିବା ବେଳେ ଏବେ ସ୍ୱାଇନ୍ ଫ୍ଲୁ ଭୟ ଦେଖାଉଛି।
ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ଗୋଟିଏ ପରେ ଗୋଟିଏ ମହାମାରୀର ଆତଙ୍କ। ପ୍ରଥମେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । କରୋନା ଡର ଥମି ନଥିବା ବେଳେ ଲୋକଙ୍କୁ ଡରାଉଛି ମଙ୍କିପକ୍ସ। ଆଉ ଏହି ଦୁଇ ଭୂତାଣୁ ନେଇ ଚିନ୍ତାରେ ଥିବା ବେଳେ ଏବେ ସ୍ୱାଇନ୍ ଫ୍ଲୁ ଭୟ ଦେଖାଉଛି।

ଏବେ ସୁଦ୍ଧା ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ 142ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିଯୋଗୁ ଦେଶରେ ପ୍ରାୟ 7 ଜଣଙ୍କର ମୃତ୍ୟୁ ହୋଇସାରିଛି। ମହାରାଷ୍ଟ୍ରରେ ସବୁଠୁ ଅଧିକ ମାମଲା ଥିବା ବେଳେ ସ୍ଥିତି ଗମ୍ଭୀର ରହିଛି। ସେପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ୱାଇନ୍ ଫ୍ଲୁ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହା ଦୃଷ୍ଟିରେ ରଖି ଦିଲ୍ଲୀ, ମହାରାଷ୍ଟ୍ର ସମେତ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଜାରି କରାଯାଇଛି।
ସ୍ୱାଇନ୍ ଫ୍ଲୁ ଲକ୍ଷଣ:
H1N1 ଭୂତାଣୁ ଯୋଗୁ ସ୍ୱାଇନ୍ ଫ୍ଲୁ ସଂକ୍ରମଣ ହୁଏ। ଘୁଷୁରୀ ଠାରୁ ବ୍ୟାପୁଥିବା ଏହି ସଂକ୍ରମଣ ବେଶ୍ ଭୟାନକ ମଧ୍ୟ। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ଜ୍ୱର, ଥଣ୍ଡା, ଥଣ୍ଡା, ଛିଙ୍କିବା, ଗଳା ଯନ୍ତ୍ରଣା, ଥକାପଣ, ନିଶ୍ୱାସ ନେବାରେ ଅସୁବିଧା ଇତ୍ୟାଦି ଲକ୍ଷଣ ଦେଖାଦେଇଥାଏ।
ଚିକିତ୍ସା:
ଆକ୍ରାନ୍ତ ବ୍ୟକ୍ତିଙ୍କୁ 48 ଘଣ୍ଟା ଭିତରେ ଚିକିତ୍ସା କରାଇବା ଉଚିତ।
ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ କ୍ରମେ ସଠିକ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି ।
ନଚେତ ଏହି ରୋଗ ମୃତ୍ୟୁ ମୁହଁରେ ଆପଣଙ୍କୁ ଠେଲି ଦେଇ ପାରେ ।
ସଂକ୍ରମଣ ଗୁରୁତର ହେଲେ ନିମୋନିଆ ଏବଂ ଛାତିରେ ଯନ୍ତ୍ରଣା ହୋଇପାରେ ।
ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଅନୁଯାୟୀ ଗତ ବର୍ଷ ଦିଲ୍ଲୀରେ 92 ଟି ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲା।
ଚଳିତ ବର୍ଷ ଏପର୍ଯ୍ୟନ୍ତ ଦିଲ୍ଲୀରୁ ଦୁଇଟି ସ୍ୱାଇନ୍ ଫ୍ଲୁ ମାମଲା ଚିହ୍ନଟ ହୋଇଛି।












Click it and Unblock the Notifications