ଆଇସକ୍ରିମରୁ ବାହାରିଲା କଟା ଆଙ୍ଗୁଠି
Mumbai Ice Cream News: ମୁମ୍ବାଇର ମାଲାଡ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ମହିଳା ଦାବି କରିଛନ୍ତି ଯେ, ତାଙ୍କ ଆସକ୍ରିମ କୋନ ଭିତରୁ ମଣିଷର ଏକ କଟା ଆଙ୍ଗୁଠି ବାହାରିଛି । ମହିଳା ଜଣକ ଏହାର ଫଟୋ ମଧ୍ୟ ସୋସିଆସ ମିଡିଆରେ ସେୟାର କରିଛନ୍ତି ଏବଂ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତେବେ ସେ ଅନଲାଇନରେ ଆଇସକ୍ରିମ ଅର୍ଡର କରିଥିବା କହିଛନ୍ତି ।
ପ୍ରାଥମିକ ଅନୁସନ୍ଧାନରେ ପୋଲିସ କହିଛି ଯେ, ଆଇସକ୍ରିମ କୋନରେ ମଣିଷ ଆଙ୍ଗୁଠି ରହିଛି । ଆଇସକ୍ରିମରୁ ମିଳିଥିବା ମାନବ ଶରୀରର ଅଂଶକୁ FSL କୁ ପୋଲିସ ପଠାଇଛି । ବର୍ତ୍ତମାନ ତଦନ୍ତ ଜାରି ରହିଛି । ମହିଳା ଜଣକ କହିଛନ୍ତି ଯେ, ସେ ଆଇସକ୍ରିମ୍ର ଅଧାରୁ ଅଧିକ ଖାଇବା ପରେ ତାଙ୍କୁ ତାହା ମଧ୍ୟରେ ମଣିଷର ଏକ ଆଙ୍ଗୁଠି ମିଳିଥିଲା ।
ଏହା ପରେ ମହିଳା ଜଣକ ମାଲାଡ ପୋଲିସ ଷ୍ଟେସନରେ ପହଞ୍ଚି ଆଇସକ୍ରିମ କମ୍ପାନୀ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ଯାହା ପରେ ପୋଲିସ ଆଇସକ୍ରିମକୁ ତଦନ୍ତ ପାଇଁ ପଠାଇଛି। ଆଇସକ୍ରିମରେ ମିଳୁଥିବା ମନୁଷ୍ୟ ଶରୀରର ଅଂଶକୁ FSL (ଫରେନସିକ୍ସ) କୁ ପଠାଯାଇଛି ।
ସୂଚନାଥାଉ ଯେ, ଓରଲେମ୍ ବାସିନ୍ଦା ବ୍ରାଣ୍ଡେନ୍ ସେରାଓ (27) ବୁଧବାର ଏକ ଅନଲାଇନ୍ ବିତରଣ ଆପ୍ ମାଧ୍ୟମରେ ଏକ ଆଇସ୍କ୍ରିମ୍ କୋନ ଅର୍ଡର କରିଥିଲେ । ମହିଳା ଜଣକ କହିଛନ୍ତି ଯେ ଆଇସକ୍ରିମ ଭିତରେ ପ୍ରାୟ 2 ସେମି ଲମ୍ବ ମାନବ ଆଙ୍ଗୁଠିର ଖଣ୍ଡ ମିଳିଥିଲା । ବୃତ୍ତି ଅନୁଯାୟୀ ସେରାଓ ଜଣେ MBBS ଡାକ୍ତର ।

FPJ ଅନୁଯାୟୀ, ତାଙ୍କ ଭଉଣୀ ସକାଳେ ଏକ ଅନଲାଇନ୍ ଡେଲିଭରି ଆପ୍ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ଅର୍ଡର କରୁଥିଲେ ଯେତେବେଳେ ସେ ତାଙ୍କୁ ଏହି ତାଲିକାରେ ତିନିଟି ବଟରସ୍କଟ୍ କୋନ୍ ଆଇସ୍କ୍ରିମ୍ ଯୋଡିବାକୁ କହିଥିଲେ। ହେଲେ ଯେତେବେଳେ ସେ ଆଇସକ୍ରିମ ଖାଇବା ଆରମ୍ଭ କରିଥିଲେ ସେଥିରୁ ଏହି କଟା ଆଙ୍ଗୁଠି ମିଳିଥିଲା । ସେ ଏହି ଘଟଣା ସମ୍ପର୍କରେ ମାଲାଡ ପୋଲିସକୁ ସୂଚନା ଦେଇଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଯେଉଁଠାରେ ଆଇସକ୍ରିମ ତିଆରି ଏବଂ ପ୍ୟାକ୍ କରାଯାଇଥିଲା ସେହି ସ୍ଥାନ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି ।












Click it and Unblock the Notifications