ବସ୍‌ ଟ୍ରକ୍ ମୁହାଁମୁହିଁ ଧକ୍କା, ୪ ମୃତ, ୧୫ ଆହତ

ମହାରାଷ୍ଟ୍ର ବୁଲଢାଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୁମ୍ବାଇ-ନାଗପୁର ହାଇୱେରେ ଏକ ବସ୍ ଏବଂ ଇଟା ଭର୍ତ୍ତି ମାଟାଡୋର ଧକ୍କା ହେବାରୁ ୪ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ୧୦-୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ନାନ୍ଦୁରା ତହସିଲର ଆମସରୀ ଗାଁ ନିକଟ ମୁମ୍ବାଇରୁ ନାଗପୁର ଯାଉଥିବା ହାଇୱେ ନଂ ୫୩ରେ ଦୁର୍ଘଟଣା ଘଟିଛି । ଇଟା ଭର୍ତ୍ତି ଥିବା ମାଟାଡୋର ଏବଂ ମଧ୍ୟପ୍ରଦେଶ ପରିବହନର ଏସଟି ବସ୍ ପରସ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ମାଟାଡୋରରେ ଥିବା ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା, ସେହିପରି ବସରେ ଥିବା ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି । ଏହାଛଡା ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦-୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି ।

Accident

ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ସହାୟତା କରି ପୋଲିସକୁ ସୂଚନା ଦେଇଥିଲେ । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ କିଛି ଆହତଙ୍କୁ ରେଫର କରାଯାଇଛି । ଦୁର୍ଘଟଣାରେ ରାସ୍ତାରେ କିଛି ସମୟ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+