ପ୍ରବଳ ବର୍ଷା ମଧ୍ୟରେ ହଠାତ୍ ବନ୍ଦ ହୋଇଗଲା ମନୋରେଲ୍
ମହାରାଷ୍ଟ୍ରରେ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ରବିବାର ରାତିରେ ପ୍ରବଳ ବର୍ଷା ହୋଇ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଣି ଜମିଛି । ଏହାରି ମଧ୍ୟରେ ମୁମ୍ବାଇର ୱଡାଲା ଅଞ୍ଚଳରେ ଏକ ମନୋରେଲ ଠପ୍ ହୋଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମନୋରେଲ ଅଧାରାସ୍ତାରେ ଠପ୍ ହୋଇଯାଇଛି । ଏହି ଘଟଣା ପରେ ଯାତ୍ରୀ ଭୟଭୀତ ହୋଇପଡିଛନ୍ତି ।
ଘଟଣା ପରେ ଦମକଳ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର ଜାରି ରଖିଛି । ଯେଉଁ ଯାତ୍ରୀ ମନୋରେଲରେ ଫସିଥିଲେ, ସେମାନଙ୍କୁ ବାହାର କରାଯାଇ ଅନ୍ୟ ଏକ ମନୋରେଲରେ ବସାଯାଇଛି । ମନୋରେଲ କର୍ପୋରେସନରେ ସପ୍ଲାଇରେ ତ୍ରୁଟି ଆସିଥିବା ଜଣାପଡିଥିଲା । ଯାହାପରେ ଯାଞ୍ଚ କରାଯାଉଛି ।

ଏମଏମଆରଡିଏର ଜନସଂପର୍କ ଅଧିକାରୀ କହିଛନ୍ତି, ୱାଡାଲାରେ ମନୋରେଲ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସିବା ଯୋଗୁଁ ୧୭ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏମାନଙ୍କୁ ଆଉ ଏକ ମନୋରେଲରେ ବସାଯାଇ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି । ଯାତ୍ରୀମାନଙ୍କୁ ସକାଳ ୭.୪୫ରୁ ସୁରକ୍ଷିତ ଭାବେ କଢାଯାଇଥିଲା ।
ସୂଚନାଯୋଗ୍ୟ, ପ୍ରବଳ ବର୍ଷା ମଧ୍ୟରେ ମୁମ୍ବାଇରେ ଏକ ମନୋ ରେଲ୍ ଟ୍ରେନ୍ ଫସି ଯାଇଥିଲା । ଏଥିଯୋଗୁଁ ପ୍ରାୟ ୮ ଶହ ଯାତ୍ରୀ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଫସି ରହିଥିଲେ । ମନୋରେଲ୍ ଏକ ଉଚ୍ଚ ଟ୍ରାକରେ ଯାତ୍ରା କରୁଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଏହା ହଠାତ ଠପ୍ ହୋଇଯାଇଥିଲା । ମୁମ୍ବାଇ ମେଟ୍ରୋପଲିଟାନ୍ ରିଜିଅନ୍ ଡେଭେଲପ୍ମେଣ୍ଟ ଅଥରିଟି) କହିଥିଲେ, ଟ୍ରେନ୍ଟି ସନ୍ଧ୍ୟା ପ୍ରାୟ ୬.୧୫ ସମୟରେ ଚେମ୍ବୁରରୁ ଭକ୍ତି ପାର୍କ ମଧ୍ୟରେ ଫସିଯାଇଥିଲା । ଟ୍ରେନରେ ଏସି ବନ୍ଦ ହୋଇଯିବାରୁ ସେମାନେ ଅଣନିଶ୍ବାସୀ ହୋଇଯାଇଥିଲେ । ଯାତ୍ରୀମାନେ ମଧ୍ୟ ଝରକା କାଚ ଡେଇଁ ବାହାରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications