ବର୍ଷାରେ ବେହାଲ୍ ମୁମ୍ବାଇ; ରାସ୍ତାଘାଟ ସବୁଠି ପାଣି
ମୁମ୍ବାଇରେ ବିଳମ୍ବିତ ରାତିରେ ଲାଗି ରହିଥିବା ପ୍ରବଳ ବର୍ଷାର ପ୍ରଭାବ ସୋମବାର ଦେଖାଯାଇଛି । ପ୍ରବଳ ବର୍ଷା କାରଣରୁ ରେଳ ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁ କିଛି ପ୍ରଭାବିତ ହୋଇଛି। ଅସ୍ତବ୍ୟସ୍ତ ହୋଇ ଉଠିଛି ଜନଜୀବନ। ରେଳ ସେବା ପ୍ରଭାବିତ ହୋଇଥିବାରୁ ଲୋକେ ନିଜ କାର୍ଯ୍ୟାଳୟରେ ପହଞ୍ଚିବାକୁ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ମୁମ୍ବାଇରେ ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ଓ ଝଡ ତୋଫାନ କାରଣରୁ ଭିଜିବିଲିଟ କମ୍ ଦେଖିବାକୁ ମିଳିଛି । ତେଣୁ ବର୍ଷାର ପ୍ରଭାବ ଯାତାୟତ ଉପରେ ପଡିଛି । ବିମାନ ପରିଚାଳନା ପ୍ରଭାବିତ ହେବା ସହିତ ଏୟାର ଇଣ୍ଡିଆକମ୍ପାନୀ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ।
ମୁମ୍ବାଇ ଏବଂ ଏହାର ଆଖାପାଖ ଅଞ୍ଚଳରେ ହୋଇଥିବା ବର୍ଷା ଯୋଗୁଁ ଏୟାର ଇଣ୍ଡିଆ ଆଡଭାଇଜରୀ ଜାରି କରି କହିଛି, 'ମୁମ୍ବାଇରେ ବର୍ଷା ଓ ଝଡ ତୋଫାନ କାରଣରୁ ବିମାନ ପରିଚାଳନା ପ୍ରଭାବିତ ହୋଇଛି । ଯାତ୍ରାକୁ ସୁଗମ କରିବା ପାଇଁ ଆମେ ଯାତ୍ରୀଙ୍କୁ ଏୟାରପୋର୍ଟ ଆସିବା ପୂର୍ବରୁ ଉଡ଼ାଣ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ । ଯାତ୍ରୀ ପ୍ରଥମେ ବିମାନ ଷ୍ଟାଟସ ଚେକ୍ କରିବା ପରେ ଏୟାରପୋର୍ଟ ପାଇଁ ଆସିବାକୁ ଅପିଲ୍ ।
ନରିମନ ପଏଣ୍ଟ, ଫାୟର ଷ୍ଟେସନ, ଗ୍ରାଣ୍ଡ ରୋଡ, ସି ୱାର୍ଡ ଅଫିସ, କୋଲାବା ଫାୟର ଷ୍ଟେସନ, ମାଣ୍ଡଭି ଫାୟର ଷ୍ଟେସନ, ଭାୟକଲା, ବ୍ରିଟାନିଆ ଷ୍ଟର୍ମ ୱାଷ୍ଟର ଷ୍ଟେସନରେ ରେକର୍ଡ ବର୍ଷା ହୋଇଛି ।
ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ପୂର୍ବ ରାଜ୍ୟ ଆସାମ, ମେଘାଳୟ, ମଣିପୁର ସମେତ ଅନ୍ୟ ରାଜ୍ୟରେ ୨୫ ରୁ ୩୧ ମଇ ମଧ୍ୟରେ ପ୍ରବଳବର୍ଷା ସମ୍ଭାବନା ରହିଛି । ମୁମ୍ବାଇ ଠାଣେ ଏବଂ ପାଲଘର ଭଳି ସମୁଦ୍ରକୂଳିଆ ଜିଲ୍ଲାରେ ଚେତାବନୀ ଜାରି ହୋଇଛି । ବର୍ଷା ଓ ପବନ କିମ୍ବା ବଜ୍ରପାତ ଆଶଙ୍କା ରହିଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ନାଗରିକଙ୍କୁ ଅପିଲ୍ କରିଛି । ୩୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ରବିବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ରବିବାର ରାତିରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁବିଭିନ୍ନ ସ୍ଥାନରେ ପାଣି ଭରିରହିଛି । ଅନେକ ସ୍ଥାନରେ ବର୍ଷା ଯୋଗୁଁ ଭୀଷଣ ଜାମ୍ ଲାଗି ରହିଛି । ଆଜି ମଧ୍ୟ ପ୍ରବଳ ବର୍ଷା ଅନୁମାନ କରିଛି ପାଣିପାଗ ବିଭାଗ ।












Click it and Unblock the Notifications