ସାହାଯ୍ୟ ମାଗିଲେ ରତନ ଟାଟା, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ?

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ରତନ ଟାଟା ନିକଟରେ ଇନଷ୍ଟାଗ୍ରାମ ଜରିଆରେ ମୁମ୍ବାଇ ବାସିନ୍ଦାମାନଙ୍କ ନିକଟରୁ ଏକ ସାହାଯ୍ୟ ଲୋଡ଼ିଛନ୍ତି । ସେ ତାଙ୍କର ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ଏକ କୁକରର ଚିକିତ୍ସା ପାଇଁ ରକ୍ତ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଛନ୍ତି । ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟା ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଏକ ବୁଲା କୁକୁର ପାଇଁ ରକ୍ତ ଦେବାକୁ ମୁମ୍ବାଇବାସୀଙ୍କୁ ସାହାଯ୍ୟ ମାଗିଛନ୍ତି ।

ସେ ଏକ ୭ ମାସ କୁକୁର ଛୁଆର ଫଟୋ ବି ଶେୟାର କରିଛନ୍ତି । କୁକୁରଟି ମୁମ୍ବଇ ସହରରେ ଥିବା ଟାଟା ଗ୍ରୁପର ଏକ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି । ଡାକ୍ତରଙ୍କ କହିବା ଅନୁସାରେ, କୁକୁରଟି ପାଇଁ ରକ୍ତର ଜରୁରୀ ଆବଶ୍ୟକତା ରହିଛି । ରକ୍ତହୀନତା ରୋଗରେ କୁକୁର ପୀଡ଼ିତ ଥିବାରୁ ତା'ର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।

ratan tata

ଏହା ଜାଣିବା ପରେ ହୁଏତ ଅନେକ ଡାକ୍ତରଖାନା ମାଲିକ ଚୁପ ରହିଯାଇଥାନ୍ତେ । ହେଲେ ରତନ ଟାଟାଙ୍କ ଭଳି ବ୍ୟକ୍ତି ଏହା ଜାଣିବା ପରେ ତୁରନ୍ତ ସାମାଜିକ ଗଣମାଧ୍ୟମରେ କୁକୁରର ଫଟୋ ସହିତ 'ମୁମ୍ବାଇ, ଆଇ ନିଡ୍ ୟୋର ହେଲ୍ପ' ଲେଖି ପୋଷ୍ଟ କରିଥିଲେ । ପୋଷ୍ଟରେ ରକ୍ତ ଦେବାକୁ ଥିବା କୁକୁରର ବୟସ, ଓଜନ ସାଙ୍ଗକୁ ନିୟମିତ ଟିକା ନେଉଥିବା ଦରକାର ବୋଲି ଦର୍ଶାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+