ମୁମ୍ବାଇ ହୋର୍ଡିଂ ଭୁଶୁଡ଼ିବା ମାମଲା: ତଦନ୍ତ କରିବ SIT
ମୁମ୍ବାଇ: ମୁମ୍ବାଇ ହୋର୍ଡିଂ ଭୁଶୁଡ଼ିବା ମାମଲାର ତଦନ୍ତ କରିବ ଏସଆଇଟି । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ମାମୁଁ ଏବଂ ମାଇଁଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରିବା କ୍ରାଇମ ବ୍ରାଞ୍ଚ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିଛି । ଏହି ମାମଲାର ଯାଞ୍ଚ କରିବ ଏସଆଇଟି ।

ଏହି ଏସଆଇଟି ଟିମରେ ୬ ଜଣ ଅଧିକାରୀ ରହିବେ । ଡିସିପି ଡିଟେକ୍ସନ କ୍ରାଇମ ବ୍ରାଞ୍ଚ ବିଶାଳ ଠାରୁରଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ଯାଞ୍ଚ କରାଯିବ । ଇନ୍ସପେକ୍ଟର ମହେଶ ତାୱଡେ ଏହି ଦଳର ନେତୃତ୍ୱ ନେବେ ।
ସୂଚନାଥାଉ ଯେ, ମେ ୧୪ ତାରିଖରେ ମାୟାନଗରୀ ମୁମ୍ବାଇରେ ଘୂର୍ଣ୍ଣିଝଡ଼ ହୋଇଥଲା । ଯେଉଁଥିରେ ୧୦ ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦ରୁ ଅଧିକ ଆହତ ହୋଇଥିଲେ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋ ମିଡିଆ ପ୍ରାଇଭେଟ ଲିଃର ମାଲିକ ଭାବେଶ ଭିଣ୍ତେଙ୍କୁ ଗିରଫ କରାଯାଇଛି । ଉକ୍ତ ହୋର୍ଡିଂ କନଷ୍ଟ୍ରକ୍ସନ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଝ୍ୟ ପୋସିଲ ଜବତ କରିଛି । ସେହିପରି ଅନେକ ଲୋକଙ୍କର ବୟାନ ରେକର୍ଡ କରାଯାଇଛି ।












Click it and Unblock the Notifications